ତବଲିଗି ଜମାତକୁ ନେଇ ଏ.ଆର ରହମାନଙ୍କ ଗୁହାରି: ସରକାରଙ୍କ କଥା ଶୁଣ

Advertisment
ଏକ ଗ୍ୟାଙ୍ଗ ଯୋଗୁଁ ମତେ ମିଳୁନି ଫିଲ୍ମ ଅଫର: ଏ.ଆର ରହମାନ

Deccan Herald

ଗୋଟେ ଜାଗାରେ ଜମା ହୋଇ ଅରାଜକତା ବ୍ୟାପିବାକୁ ଦିଅ ନାହିଁ, ବରଂ ସରକାରଙ୍କ ନିର୍ଦ୍ଦେଶ ମାନ। ତବ୍‌ଲିଗି ଜମାତକୁ ନେଇ ବିଶିଷ୍ଟ ସଂଗୀତଜ୍ଞ ଏ.ଆର୍‌ ରହମାନ ଏହା କହିଛନ୍ତି। ସେ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ମନୋବଳ ବଢ଼ାଇ ଏକ ଟ୍ବିଟ୍‌ କରିଛନ୍ତି। ଯେଉଁଥିରେ ସେ ଏହି ଧାର୍ମିକ ସମ୍ମିଳନୀକୁ ଇସାରା କରି ଲେଖିଛନ୍ତି। ଏହି ବାର୍ତା ସେଇ ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ, ଯିଏ ସମଗ୍ର ଭାରତରେ ହସ୍ପିଟାଲ୍‌ ଓ କ୍ଲିନିକ୍‌‌ରେ ନିଷ୍ଠାର ସହ କାମ କରୁଛନ୍ତି। ସେ ଏକଥା ବି ଲେଖିଛନ୍ତି, ଏ ସମୟ ପରସ୍ପର ମଧ୍ୟରେ ମତଭେଦକୁ ଭୁଲି ଏହି ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ ପାଇଁ ଏକଜୁଟ ହେବା। ଏ ସମୟ ମାନବତା ଓ ଆଧ୍ୟାତ୍ମିକତା ବିଚାରଧାରାର। ଈଶ୍ବର ଆପଣଙ୍କ ହୃଦୟରେ ଅଛନ୍ତି। ତେଣୁ ଧାର୍ମିକ ସ୍ଥଳରେ ଜମା ହୋଇ ଅରାଜକତା ବ୍ୟାପ୍ତ କରାଇବାର ସମୟ ନୁହେଁ। କିଛି ସପ୍ତାହର ଏକାନ୍ତବାସ ଆପଣଙ୍କୁ ଅନେକ ଜୀବନର ଅନେକ ବର୍ଷ ଦେଇପାରିବ। ଏହି ଭୂତାଣୁକୁ ବ୍ୟାପିବାକୁ ଦେବା ନାହିଁ କି ସାଥୀମାନଙ୍କୁ କ୍ଷତି ପହଞ୍ଚାଇବା ନାହିଁ। ଆପଣ କେହି ବି ଭାବନ୍ତୁ ନାହିଁ ଯେ ଏହା ଆପଣଙ୍କୁ କେବେ ବି ସଂକ୍ରମିତ କରିବ ନାହିଁ। ଆସନ୍ତୁ ଦୟାବାନ, ବିଚାରଶୀଳ ହେବା। କାରଣ ଲକ୍ଷଲକ୍ଷ ଲୋକଙ୍କ ଜୀବନ ଆମ ହାତରେ ହିଁ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe