ଆରାଧନା ଡ୍ୟାନ୍ସ ଏକାଡେମିର ବାର୍ଷିକୋତ୍ସବ: ନୃତ୍ୟରେ ପଞ୍ଚଦେବଙ୍କୁ ସ୍ତୁତି

Advertisment
ଆରାଧନା ଡ୍ୟାନ୍ସ ଏକାଡେମିର ବାର୍ଷିକୋତ୍ସବ: ନୃତ୍ୟରେ ପଞ୍ଚଦେବଙ୍କୁ ସ୍ତୁତି

ଭୁବନେଶ୍ୱର: ଆରାଧନା ଡ୍ୟାନ୍ସ ଏକାଡେମିର ବାର୍ଷିକ ଉତ୍ସବ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସାଂସ୍କୃତିକ ସନ୍ଧ୍ୟାରେ ଶିବଙ୍କ ସ୍ବରୂପ ଓ ଆଂଶିକ କଥାସାରକୁ ନୃତ୍ୟରେ ଭେଟି ଦେଇଥିଲେ କୁନିକୁନି ଶିଳ୍ପୀବୃନ୍ଦ। ପରେ ପରିବେଷିତ ହୋଇଥିଲା ସ୍ଥାୟୀ ନୃତ୍ୟ। ଗୋଟିପୁଅ ନୃତ୍ୟରେ ପଞ୍ଚଦେବ ସ୍ତୁତି, ସୁକୁମାରୀ ଅଙ୍ଗେ କଳସୀ..ଗୀତରେ ନୃତ୍ୟ ସହ ବନ୍ଧ ନୃତ୍ୟ ଆକର୍ଷଣ ସାଜିଥିଲା। ଏଥିସହ ଅଭିନୟରେ ମୋହନ ମୂରତି ଓ ପର୍ବରଙ୍ଗ ପରଷି ଦେଇଥିଲେ ଶିଳ୍ପୀବୃନ୍ଦ। ଚିତ୍ରସେନ ସ୍ବାଇଁ ନୃତ୍ୟ ନିର୍ଦେଶନା ଦେଇଥିଲେ। ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ସୀତାକାନ୍ତ, ମିଲନ କୁମାର, ଜଗବନ୍ଧୁ ନାୟକ, କବିରାଜ, ସବ୍ୟସାଚୀ ଓ ରୋହିତ। ଏହି ଅବସରରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସଙ୍ଗୀତା ଗୋସାଇଁ, କ‌େ‌ର୍ଣ୍ଣଲ ଦେବଦତ୍ତ ସ୍ବାଇଁ, ଜୟକିରଣ ଟ୍ରଷ୍ଟ୍‌ର ସମ୍ପାଦିକା ସୁମିତ୍ରା ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆରାଧନା ଡ୍ୟାନ୍ସ ଏକାଡେମିର ନିର୍ଦେଶିକା ସ୍ନେହପ୍ରଭା ସାମନ୍ତରାୟ, ସମ୍ପାଦକ ଚିତ୍ରସେନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଇଂ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe