ଆରାଧନା ଦିବସ ପାଳିତ

ଆରାଧନା ଦିବସ ପାଳିତ

????????????????????????????????????

ଭୁବନେଶ୍ୱର : ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସତ୍ୟସାଇ ବାବାଙ୍କ ମହାସମାଧି ଦିବସକୁ ବିଶ୍ୱ ଆରାଧନା ଦିବସ ଭାବେ ପାଳନ କରାଯାଇଛି। ଏହି ଅବସରରେ ୟୁନିଟ-୩ ସାଇଜନନୀଠାରେ ସାମୂହିକ ବେଦପାଠ ସହ ନଗର ସଂକୀର୍ତନ ଓ ପ୍ରାତଃଓଁକାର କରାଯାଇ ଦିବ୍ୟପ୍ରଶାନ୍ତି ପତାକା ଉତ୍ତୋଳନ କରାଯାଇଛି। ବିଭିନ୍ନ ହସ୍‌ପିଟାଲରେ ଫଳ ବଣ୍ଟନ କରାଯିବା ସହ ଜଳସେବା କେନ୍ଦ୍ରରେ ପଣା ବଣ୍ଟାଯାଇଛି। ସନ୍ଧ୍ୟାରେ ବାଳାଶ୍ରମ ପିଲାମାନେ ମହମବତି ଶୋଭାଯାତ୍ରା କରିଥିଲେ। ବାବାଙ୍କ ଜୀବନୀ ଭିଡିଓ ପ୍ରଦର୍ଶନ ହେବା ସହ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଉପସଭାପତିଙ୍କ ସମେତ ରାଜ୍ୟର ସମସ୍ତ କର୍ମକର୍ତା ଏହାକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe