ଭାରତରେ ପ୍ରଥମ ନର୍ସରି କ୍ଲାସ୍‌ ପିଲାଙ୍କ ପାଇଁ ଅଲିମ୍ପିଆଡ୍‌

Advertisment

ଆରାଧ୍ୟା ପାତ୍ର ପ୍ରଥମ କିଡସ୍‌ ଅଲିମ୍ପିଆଡ୍‌ର ରାଜ୍ୟ ଚାମ୍ପିଅନ

ଆରାଧ୍ୟା ପାତ୍ର ପ୍ରଥମ କିଡସ୍‌ ଅଲିମ୍ପିଆଡ୍‌ର ରାଜ୍ୟ ଚାମ୍ପିଅନ

ଭାରତରେ ପ୍ରଥମ ନର୍ସରି କ୍ଲାସ୍‌ ପିଲାଙ୍କ ପାଇଁ ଅଲିମ୍ପିଆଡ୍‌

ଭୁବନେଶ୍ବର: ଦେଶରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ନର୍ସରି କ୍ଲାସ୍‌ ଅଲିମ୍ପିଆଡ୍‌ର ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଜୟଦେବଭବନରେ ଓଡ଼ିଶା କଲ୍‌ଚରାଲ୍‌ ଫାଉଣ୍ତେସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶାର ୧୨୮ଟି ସ୍କୁଲର ପ୍ରତିଯୋଗୀ ଭାଗ ନେଇଥିଲେ। ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ଏହି କିଡ୍‌ସ ଅଲିମ୍ପିଆଡ୍‌ରେ ଭୁବନେଶ୍ବର ହାପି ଆୱାର ସ୍କୁଲର ନର୍ସରି ଛାତ୍ରୀ ଆରାଧ୍ୟା ପାତ୍ର (ବର୍ତ୍ତମାନ ମଦର ପବ୍ଲିକ୍‌ ସ୍କୁଲର ଛାତ୍ରୀ) ଉଭୟ ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ରାଜ୍ୟର ପ୍ରଥମ କିଡ୍‌ସ୍‌ ଅଲିମ୍ପିଆଡ୍‌ ଚମ୍ପିଆନ୍‌ ହେବାର ଗୌରବ ଅର୍ଜନ କରିଛନ୍ତି। ଚମ୍ପିଆନ୍‌ ଆରାଧ୍ୟାଙ୍କୁ ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ସ୍ବର୍ଗତ ପ୍ରଫେସର ଡକ୍ଟର ନବ କିଶୋର ମହାପାତ୍ର ସ୍କଲାରସିପ୍‌ ବାବଦରେ ୧୦ହଜାର ଟଙ୍କା ସହିତ ସ୍ବର୍ଣ୍ଣ ପଦକ ଓ ମାନପତ୍ର ଅତିଥିମାନେ ପ୍ରଦାନ କରିଥିଲେ। କିଡସ୍‌ ଅଲିମ୍ପିଆଡ୍‌ର ସଭାପତି ଗୁରୁ ପ୍ରସାଦ ସମରେନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ପୂର୍ବତନ ପୁଲିସ ଡିଜି ଏସ୍‌.ଏନ୍‌ ତିୱାରୀ, ସିନେ ପ୍ରଯୋଜକ ଡକ୍ଟର ପ୍ରଶାନ୍ତ ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ବୁବୁ ମିଶ୍ର ଓ କିଡସ୍‌ ଅଲିମ୍ପିଆଡର ସ˚ପାଦିକା ସସ୍ମିତା ହୋତା ପ୍ରମୁଖ ଉତ୍ସବରେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe