‘ସମ୍ବାଦ ଭବନ’ରେ ଆର୍ସେନିକ ଆଲବମ୍-୩୦ ବଣ୍ଟନ

Advertisment
‘ସମ୍ବାଦ ଭବନ’ରେ ଆର୍ସେନିକ ଆଲବମ୍-୩୦ ବଣ୍ଟନ

????????????????????????????????????

ଭୁବନେଶ୍ବର : କ‌ରୋନା ପରିପ୍ରେକ୍ଷୀରେ ଭାରତ ବିକାଶ ପରିଷଦ ବାଣୀବିହାର ଶାଖା ପକ୍ଷରୁ ଆଜି ‘ସମ୍ବାଦ ଭବନ’ରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପ୍ୟାଥିକ ଆର୍ସେନିକ ଆଲବମ-୩୦ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନରେ ୧୦୦ଟି ପ୍ୟାକେଟ୍‌ ବଣ୍ଟନ କରାଯାଇଛି। ପରବର୍ତୀ ସମୟରେ ‘ସମ୍ବାଦ’, କନକ ଟିଭି ଓ ରେଡିଓ ଚକଲେଟ୍‌ର ସମସ୍ତ କର୍ମଚାରୀଙ୍କୁ ଏହାକୁ ବଣ୍ଟନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲ ଓ ସତ୍ୟସାଇ ସେବା ଅନୁଷ୍ଠାନ ପକ୍ଷରୁ ଏହି ଔଷଧ ଭାରତ ବିକାଶ ପରିଷଦକୁ ଯୋଗାଇ ଦିଆଯିବ। ଆସନ୍ତା ୧ମାସ ଭିତରେ ରାଜ୍ୟର ୧ଲକ୍ଷ ପରିବାରଙ୍କୁ ଏହାକୁ ବଣ୍ଟନ କରାଯିବ। ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ଓ ବହୁତ ସ୍ବଳ୍ପ ମୂଲ୍ୟରେ ଏହାକୁ ପ୍ରସ୍ତୁତ କରାଯାଇ ହେବ। ଗୁଜୁରାଟ ଓ ମୁମ୍ବାଇର ଧାରାବିରେ ‌ଲୋକମାନଙ୍କୁ ଏହି ଔଷଧ ଦିଆଯାଇଥିଲା ଓ ସେଠାରୁ ବହୁତ ଭଲ ଫଳ ଦେଖିବାକୁ ମିଳିଥିଲା। ନିକଟରେ ରଥଯାତ୍ରା ପୂର୍ବରୁ ୧୫ଶହ ସେବାୟତମାନଙ୍କୁ ଏହି ଔଷଧ ପ୍ରଦାନ କରାଯାଇଥିଲା। ଯାହା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା। ତେଣୁ ରାଜ୍ୟ ସରକାର ରାଜ୍ୟବ୍ୟାପୀ ଏହି ଔଷଧ ବଣ୍ଟନ କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅନୁଷ୍ଠାନର ସେବା ସଂଯୋଜକ ମନୋରଂଜନ ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡା.ଅଭିନ ଚନ୍ଦ୍ର ମେଡିକାଲର ଡା.ରାଜେନ୍ଦ୍ର କୁମାର ଦାଶ ଉପସ୍ଥିତ ଥିଲେ। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତା) ଅରବିନ୍ଦ ଦାସ, ଡିଜିଏମ୍‌ (ମାନବ ସମ୍ବଳ) ବୈଜୟନ୍ତୀ କର ଡିଜିଏମ୍‌(ବାର୍ତା) ଭବାନୀ ଶଙ୍କର ତ୍ରିପାଠୀ, ଡିଜିଏମ୍‌(ବାର୍ତା) ଗୌତମ ବୁଦ୍ଧ ଦାସ ଓ ଅନ୍ୟମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe