ଭୁବନେଶ୍ବର: ଓଡ଼ିଶାର ମନ୍ଦିରକୁ ନେଇ ଏକ ଚିତ୍ରକଳା ଶିବିର ଓ ପ୍ରଦର୍ଶନୀ ରବୀନ୍ଦ୍ର ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ‘ସମାଜ ଓ ସଂସ୍କୃତି’, ‘କରୋଲା ଇଭେଣ୍ଟ୍’ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀର ବିଶେଷତ୍ବ ହେଲା ଏଥିରେ କେବଳ ଭିନ୍ନକ୍ଷମ ଚିତ୍ରଶିଳ୍ପୀମାନେ ଅଂଶଗ୍ରହଣ କରିଥିଲେ। ସେମାନେ ଓଡ଼ିଶାର ବିଭିନ୍ନ ପ୍ରମୁଖ ମନ୍ଦିରକୁ ଚମତ୍କାର ଭାବେ କାନ୍ଭାସ ଉପରେ ରଙ୍ଗତୂଳୀରେ ଉତାରିଥିଲେ। ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ମୁକ୍ତେଶ୍ବର ମନ୍ଦିର ଆଦି ସେମାନଙ୍କ କାନ୍ଭାସ ଉପରେ ନିଖୁଣ ଭାବେ ଶୋଭା ପାଉଥିଲା। ଏହି କାର୍ଯ୍ୟକ୍ରମକୁ ଶିଳ୍ପପତି ତଥା ଏମଜିଏମ୍ ଗ୍ରୁପ୍ର ସିଏମଡି ପଙ୍କଜଲୋଚନ ମହାନ୍ତି ଉଦଘାଟନ କରିଥିଲେ। ଭିନ୍ନକ୍ଷମ ଚିତ୍ରଶିଳ୍ପୀମାନଙ୍କୁ ପ୍ରୋତ୍ସାହନ ଦେବା ସହ ସେମାନଙ୍କ ପ୍ରତିଭାର ବିକାଶ ପାଇଁ ଏପରି ସୁଯୋଗ ସୃଷ୍ଟି କରିବା ପ୍ରଶଂସନୀୟ ବୋଲି ଶ୍ରୀ ମହାନ୍ତି କହିଥିଲେ। ସମାଜ ଓ ସଂସ୍କୃତିର ସଭାପତି ନିଶିକାନ୍ତ ମିଶ୍ର ଓ ଶିକ୍ଷାବିତ୍ ଜେନାମଣି ସଞ୍ଜୀବ କୁମାର ଉପସ୍ଥିତ ରହି ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଗିରିଜା ଶଙ୍କର ଦାଶ, କର୍ମକର୍ତ୍ତା ବିଶ୍ବରଞ୍ଜନ ଦାଶ ଓ ବିମଳ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Art camp : ଓଡ଼ିଶାର ମନ୍ଦିରକୁ ନେଇ ଚିତ୍ରକଳା ଶିବିର
Advertisment
Follow Us