ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଚିତ୍ରକଳା ପ୍ରଦର୍ଶନୀ

Advertisment
ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଭୁବନେଶ୍ୱର ସବ୍‌-ଜୋନ୍‌ ତରଫରୁ ୪ଦିନ ଧରି ଚାଲିଥିବା ଆଧ୍ୟାତ୍ମିକ ଚିତ୍ରକଳା ପ୍ରଦର୍ଶନ ଆଜି ଶେଷ ହୋଇଛି। ଶିବରାତ୍ରି ଉପଲକ୍ଷେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ଏକ ହଜାରରୁ ଊର୍ଦ୍ଧ୍ବ ଭାଇଭଉଣୀ ଯୋଗଦେଇ ଚିତ୍ର ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଏକ ଝାଙ୍କିର ମଧ୍ୟ ଆୟୋଜନ କରାଯାଇଥିଲା। ରାଜଯୋଗ ଅଭ୍ୟାସ କରୁଥିବା ଭାଇଭଉଣୀମାନେ ସ୍ଥିର ମୁଦ୍ରାରେ ବସି ଭଗବାନ ଶିବଙ୍କ ପରିବାରକୁ ନେଇ ଭିନ୍ନ ଭିନ୍ନ ପ୍ରଦର୍ଶନୀ କରିଥିଲେ।

ଏହି ଅବସରରେ ଏକ ବୃଷଭ ଓ ଶିବଲିଙ୍ଗର ସ୍ଥାପନା କରାଯାଇଥିଲା। ରାଜଯୋଗିନୀ ବ୍ରହ୍ମକୁମାରୀ ଲିନା ଭଉଣୀ ପ୍ରବଚନ ଦେଇଥିଲେ। ଏଥିସହ ଏକ ମ୍ୟାଜିକ୍ ସୋ’ ମଧ୍ୟ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଲୋକାଇତ ଭ୍ରାତା ଦେବବ୍ରତ ସ୍ୱାଇଁ, ବ୍ରହ୍ମକୁମାରୀ ଗାୟତ୍ରୀ ଭଉଣୀ, ବ୍ରହ୍ମକୁମାରୀ ସବିତାରାଣୀ ଭଉଣୀ, ବ୍ରହ୍ମକୁମାରୀ ସବିତା ଭଉଣୀ, ବ୍ରହ୍ମକୁମାରୀ ରଞ୍ଜୁ ଭଉଣୀଙ୍କ ସହ ଅନ୍ୟ ଭାଇଭଉଣୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe