ବିକେ ଆର୍ଟ କଲେଜର ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ, କଳା ସବୁବେଳେ କାଳଜୟୀ: ମନ୍ତ୍ରୀ

ବିକେ ଆର୍ଟ କଲେଜର ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ, କଳା ସବୁବେଳେ କାଳଜୟୀ: ମନ୍ତ୍ରୀ

ଭୁବନେଶ୍ବର: କଳା ସବୁବେଳେ କାଳଜୟୀ। ତେଣୁ କଳାକାର ସବୁବେଳେ ଅମର। ଆଜିକାର କଳାକାରମାନେ ଆଗାମୀ ଭବିଷ୍ୟତ ପାଇଁ କେବଳ ଉଦାହରଣ ସୃଷ୍ଟି କରିବେ ନାହିଁ ବରଂ ତାଙ୍କ କଳା ଏକ ନୂଆ ଇତିହାସ ଲେଖିବ। ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ୩୪ ଓ ୩୫ତମ ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀରେ ମୁଖ୍ୟ ଅତିଥି ତଥା ଉଦ୍‌ଘାଟକ ଭାବେ ଯୋଗଦେଇ ଏଭଳି ମତ ପ୍ରକାଶ କରିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବନୀ କୁମାର ମନ୍ତ୍ରୀ। ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ଏହି ପ୍ରଦର୍ଶନୀରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଛାତ୍ରଛାତ୍ରୀଙ୍କ କଳାକୁ ପ୍ରଶଂସା କରିବା ସହିତ କଳାକାରମାନେ ଲମ୍ବା ଓ ବଡ଼ ସ୍ବପ୍ନ ଦେଖିବା ସହିତ ତାକୁ ପୂରଣ କରିବା ପାଇଁ ପ୍ରୟାସ କରିବା ଦରକାର ବୋଲି କହିଥିଲେ। ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ବିନୀ ସାହୁ ଅତିଥି ଭାବେ ଉପସ୍ଥିତ ଥିଲେ।

ଏହି ପ୍ରଦର୍ଶନୀରେ ୨୨୫ଟି ଚିତ୍ରକୃତୀ ଓ ୩୫ଟି ଭାସ୍କର୍ଯ୍ୟ କୃତୀ ପ୍ରଦର୍ଶିତ ହୋଇଛି। ଏଭଳି କାର୍ଯ୍ୟକ୍ରମ ଆଗକୁ ଜାରି ରହିବା ସହିତ ଆଜିଠୁ ୯ ଅଗଷ୍ଟ ପର୍ଯ୍ୟନ୍ତ କଲେଜ ପରିସରରେ ଏହି କଳା ପ୍ରଦର୍ଶିତ ହେବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢ଼ୀ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରତ୍ୟେକ ବିଭାଗର ଶ୍ରେଷ୍ଠ ବିବେଚିତ ହୋଇଥିବା ବିଦ୍ୟାର୍ଥୀ ମାନଙ୍କୁ ପ୍ରିନ୍ସିପାଲ୍ ଟ୍ରଫି ଓ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୨୧ ବର୍ଷପାଇଁ ଦେବାର୍ଚନା ରାଣୀ ଦ୍ବିବେଦୀ, ସୁଜିତ ଦାସ, ଦ୍ୟୁତିକ୍ରିଷ୍ଣ ବରାଡ଼, ସ୍ବପ୍ନଜିତ ପତି, ବାବୁଲି କାଣ୍ଡି, ସୂର୍ଯ୍ୟକାନ୍ତ ସାହୁ, ସଞ୍ଜିବନୀ ପାଣିଗ୍ରାହୀ ପୁରସ୍କୃତ ହୋଇଥିଲେ। ସେହିପରି ୨୦୨୨ ବର୍ଷପାଇଁ ନିଶାନ୍ତ ଦାସ, ଭରତ ଭୂଷଣ ବିଶୋଇ, ସାଗର କୁମାର ରଥ, କ୍ଷୀରୋଦ ଦାସ, ଅଭିଷେକ ରଣାଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe