୫ମ ଆନ୍ତର୍ଜାତିକ ଆର୍ଟ ଅଫ୍‌ ଗିଭିଂ ଦିବସ : ଭାଗ ନେଲେ ୮୦ ଦେଶର ୭୦ ଲକ୍ଷ ଲୋକ

Advertisment
୫ମ ଆନ୍ତର୍ଜାତିକ ଆର୍ଟ ଅଫ୍‌ ଗିଭିଂ ଦିବସ : ଭାଗ ନେଲେ ୮୦ ଦେଶର ୭୦ ଲକ୍ଷ ଲୋକ

ଚନ୍ଦ୍ରଶେଖରପୁର : ପଞ୍ଚମ ବାର୍ଷିକ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍‌ ଗିଭିଂ’ ଦିବସ ଆଜି ଭାରତ ସମେତ ବିଶ୍ୱର ୮୦ଟି ଦେଶରେ ପାଳିତ ହୋଇଯାଇଛି। ଚଳିତବର୍ଷ ‘ଆର୍ଟ ଅଫ୍‌ ଗିଭିଂ’ର ବିଷୟବସ୍ତୁ ‘ପ୍ୟାର୍‌ ଭରା ପ୍ୟାକ୍‌- ଫିଡିଂ ଉଇଥ ଲଭ୍‌’ (ଶ୍ରଦ୍ଧାର ଭୋଜନ) ରହିଥିଲା। ସମଗ୍ର ବିଶ୍ୱରେ ୧୭,୨୦୦ଟି କେନ୍ଦ୍ରରେ ଏହି ଦିବସ ପାଳନ କରାଯାଇ ପ୍ରାୟ ୭୦ ଲକ୍ଷରୁ ଊର୍ଧ୍ୱ ଲୋକଙ୍କୁ ଭୋଜନ ଦିଆଯାଇଥିଲା। ଭାରତରେ ୧୬,୫୦୦ଟି କେନ୍ଦ୍ର ମଧ୍ୟରୁ ଓଡ଼ିଶାର ୬,୫୦୦ କେନ୍ଦ୍ରରେ ଏହି ଦିବସ ପାଳନ କରାଯାଇ ପ୍ରାୟ ୩୫ ଲକ୍ଷ ଲୋକଙ୍କୁ ଭୋଜନ ଦିଆଯାଇଥିଲା। ସେହିପରି ରାଜଧାନୀର ଜନତା ମଇଦାନ ଓ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ଓ ଅଚ୍ୟୁତ ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହାବ୍ୟତୀତ ରାଜଧାନୀର ୩ ଶହରୁ ଊର୍ଧ୍ୱ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଉଲ୍ଲେଖଯୋଗ୍ୟ, ୨୦୧୩ ମେ’ ୧୭ ତାରିଖରେ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ‘ଆର୍ଟ ଅଫ୍‌ ଗିଭିଂ’ ପ୍ରତିଷ୍ଠା ହୋଇଥିଲା।

‘କଳିଙ୍ଗ ସିନେ ଆର୍ଟସ୍‌’ ପକ୍ଷରୁ ୭ବସ୍ତିରେ ‘ଆର୍ଟ ଅଫ୍‌ ଗିଭିଂ’

ଭୁବନେଶ୍ୱର  : ସାମାଜିକ ଅନୁଷ୍ଠାନ ‘କଳିଙ୍ଗ ସିନେ ଆର୍ଟସ୍‌’ ପକ୍ଷରୁ ଆଜି ରାଜଧାନୀ ଉପକଣ୍ଠ ମୋଟ ୭ଟି ବସ୍ତିରେ ‘ଆର୍ଟ ଅଫ୍‌ ଗିଭିଂ’ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୭୦୦ରୁ ଅଧିକ ପିଲା ଓ ବସ୍ତିରେ ରହୁଥିବା ଗରିବ ଲୋକମାନଙ୍କୁ ଖାଦ୍ୟ ପୁଡ଼ିଆ, ପାଠ୍ୟ ଉପକରଣ, ନିତିଦିନିଆ ବ୍ୟବହାର ସାମଗ୍ରୀ ଓ ପୋଷାକ ବଣ୍ଟନ କରିଥିଲେ ଅନୁଷ୍ଠାନର ସଭ୍ୟମାନେ। ଅନୁଷ୍ଠାନ ପକ୍ଷରୁ ଡ. ସୁଶାନ୍ତ ଦାସ, ବିଦ୍ୟାଧର ବାରିକ, ରାଜକିଶୋର ଦାସ, ସଂଗ୍ରାମ କିଶୋର ଦାସ, ମଧୁସ୍ମିତା ସାହୁ, ସାଗରିକା ଦାସ, ମଧୁସ୍ମିତା ବାରିକ, ପ୍ରିୟାଂଶି ପ୍ରତ୍ୟାଶା, ରାକେସ ଚନ୍ଦ୍ର ମହାଭୋଇ, ଶୁଭଜ୍ୟୋତ୍ସ୍ନାବିଶ୍ୱାଳ, ପ୍ରୀତିତପା ମହାନ୍ତି, ଆନନ୍ଦ ଓ ମୁନ୍ନା ଯୋଗଦେଇ ଆଜି ସକାଳୁ ସମସ୍ତ ବସ୍ତି ବୁଲି ସେବାକାର୍ଯ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe