ଆର୍ତ୍ତ ମିଶ୍ର ପାଇଲେ ‘ଅଷ୍ଟାଦଶ ନାରଦ ସମ୍ମାନ’

ଆର୍ତ୍ତ ମିଶ୍ର ପାଇଲେ ‘ଅଷ୍ଟାଦଶ ନାରଦ ସମ୍ମାନ’

ଭୁବନେଶ୍ବର: ରାଜ୍ୟସ୍ତରୀୟ ‘ଅଷ୍ଟାଦଶ ନାରଦ ସମ୍ମାନ’ ଉତ୍ସବ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ବ ସମ୍ବାଦ କେନ୍ଦ୍ର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ନିରଞ୍ଜନ ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ସାହିତ୍ୟିକ ରବିନାରାୟଣ ସେନାପତି ମୁଖ୍ୟ ଅତିଥି, ଓ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ, ଓଡ଼ିଶା ପୂର୍ବ ପ୍ରାନ୍ତର ସମ୍ପର୍କ ପ୍ରମୁଖ ସବେର୍ଶ୍ବର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ସ୍ତମ୍ଭକାର ଆର୍ତ୍ତ ମିଶ୍ରଙ୍କୁ ଜୀବନବ୍ୟାପୀ ସାଧନା ଓ ସାମ୍ବାଦିକତା କ୍ଷେତ୍ରକୁ ଅତୁଳନୀୟ ଅବଦାନ ପାଇଁ ନାରଦ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କୁ ମାନପତ୍ର, ଉତ୍ତରୀୟ ସହ ଦଶହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଥିଲା। ସାଇ ପ୍ରସାଦ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୁମନ୍ତ କୁମାର ପଣ୍ତା ବାର୍ଷିକ ବିବରଣୀ ପାଠ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe