ଗଙ୍ଗନଗର ସ୍ୱିଟି ହାଉସିଂ କମ୍ପ୍ଲେକ୍ସରେ କୃତ୍ରିମ ବନ୍ୟା

ଗଙ୍ଗନଗର ସ୍ୱିଟି ହାଉସିଂ କମ୍ପ୍ଲେକ୍ସରେ କୃତ୍ରିମ ବନ୍ୟା

ଭୁବନେଶ୍ୱର : ଅସରାଏ ବର୍ଷା ହେଲେ ପାଣି ଡ୍ରେନ୍‌ରୁ ଉଛୁଳି ରାସ୍ତାଘାଟ ବୁଡ଼ାଇ ଦେଉଛି। ଟିକିଏ ଅଧିକ ବର୍ଷା ହେଲେ ଘରେ ପାଣି ପଶି ଯାଉଛି। ତେଣୁ କୃତ୍ରିମ ବନ୍ୟାରେ ଲୋକେ ବଡ଼ ହନ୍ତସନ୍ତ ହେଉଛନ୍ତି। ଏହା ହେଉଛି ଖୋଦ୍‌ ରାଜଧାନୀର ଏକ ଭିଆଇପି ଅଞ୍ଚଳ ଭାବେ ଜଣାଶୁଣା ଗଙ୍ଗନଗର ସ୍ୱିଟି ହାଉସିଂ କମ୍ପ୍ଲେକ୍ସର ଅବସ୍ଥା। ବର୍ଷା ଦିନ ଆରମ୍ଭ ହେବା ମାତ୍ରେ ଏହି ଅଞ୍ଚଳବାସୀଙ୍କ ଉପରେ ଦୁର୍ଦ୍ଦଶା ଲଦି ହୋଇପଡ଼େ। ଏନେଇ ବିଏମ୍‌ସିରେ ବହୁ ଅଭିଯୋଗ ହୋଇଥିଲେ ମଧ୍ୟ ସ୍ଥିତିରେ ସାମାନ୍ୟ ସୁଧାର ହୋଇପାରିଲା ନାହିଁ ବୋଲି ଅଭିଯୋଗ ହେଉଛି।

ଅଭିଯୋଗ ଅନୁଯାୟୀ ଏହି କଲୋନିର ୪ଟି ଲେନ୍‌ରେ ୫୨ଟି ହାଉସିଂ ବୋର୍ଡ ଘର ରହିଛି ଓ ଅନ୍ୟାନ୍ୟ ଘର ମିଶାଇ ଶତାଧିକ ପରିବାର ୨୦ ବର୍ଷ ହେଲା ଏଠାରେ ବାସ କରୁଛନ୍ତି। ବରମୁଣ୍ଡା ଦେଇ ଆସିଥିବା ଡ୍ରେନ୍ ନଂ ୭ ଏହି ଅଞ୍ଚଳରେ ଯାଇଛି। ଏହି ଡ୍ରେନ୍‌ ସହ ସଂଯୋଗ ହୋଇଥିବା ଅନ୍ୟାନ୍ୟ ଡ୍ରେନ୍‌ ଗୁଡ଼ିକ ନିୟମିତ ବ୍ୟବଧାନରେ ସଫା ହେଉନଥିବାରୁ ପୋତି ହୋଇଗଲାଣି। କିଛି ଲୋକ ବି ଡ୍ରେନ୍‌କୁ ପୋତି ପାଚେରି ତିଆରି କରିଛନ୍ତି। ଫଳରେ ବର୍ଷା ପାଣି ନିସ୍କା‌ସନ ହୋଇ ପାରୁନାହିଁ ଓ ବର୍ଷା ପାଣି ଡ୍ରେନ୍‌ରୁ ବାହାରି କଲୋନି ଭିତରକୁ ପଶୁଛି। ନର୍ଦ୍ଦମା ପାଣି ଘରେ ପଶିବା ପରେ ଚଳିବା ବଡ଼ କଷ୍ଟକର ହୋଇପଡ଼ୁଛି। ଏହି କଲୋନିର ୱେଲ୍‌ଫେୟାର୍‌ ସୋସାଇଟିର ସମ୍ପାଦକ ନିରଞ୍ଜନ ମିଶ୍ରଙ୍କ କହିବା କଥା; ଏ ନେଇ ବିଏମ୍‌ସିରେ ବହୁଥର ଅଭିଯୋଗ ହୋଇଛି। କିନ୍ତୁ କେହି କର୍ଣ୍ଣପାତ କରୁନାହାନ୍ତି। ଡ୍ରେନ୍‌ରେ ହୋଇଥିବା ଜବରଦଖଲ ହଟାଇବାକୁ ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ଇଚ୍ଛା କରୁନାହାନ୍ତି। ତେବେ ଡେପୁଟି କମିସନର ଅଂଶୁମାନ ରଥଙ୍କ ସୂଚନାନୁସାରେ ଡ୍ରେନ୍‌ଗୁଡ଼ିକର ଅବସ୍ଥାକୁ ନେଇ ଅନୁଧ୍ୟାନ କରାଯାଇଛି। ଖୁବ୍‌ ଶୀଘ୍ର ବିହିତ ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe