ପଦାରେ ପଡ଼ିଲା କଳାକାର କଳି: ଆକ୍ରମଣ କରି ମୁହଁରେ କାଳି ବୋଳିଲେ

Advertisment

ଜଣେ କଳାକାର ନିଜକୁ ଆଇଆଇସି ପରିଚୟ ଦେଇ ଅନ୍ୟ ଜଣେ କଳାକାରଙ୍କୁ ଥାନାକୁ ଡାକିଲେ। ଆଉ ଥାନା ସାମ୍ନାରେ ଜଣେ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କ ସହ ମିଶି ସମ୍ପୃକ୍ତ କଳାକାରଙ୍କୁ ଭୁଜାଲି ଓ କାଚ ବୋତଲରେ ଆକ୍ରମଣ କରି ମୁହଁରେ କାଳି‌ ବୋଳିଲେ।

ଜଣେ କଳାକାର ନିଜକୁ ଆଇଆଇସି ପରିଚୟ ଦେଇ ଅନ୍ୟ ଜଣେ କଳାକାରଙ୍କୁ ଥାନାକୁ ଡାକିଲେ। ଆଉ ଥାନା ସାମ୍ନାରେ ଜଣେ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କ ସହ ମିଶି ସମ୍ପୃକ୍ତ କଳାକାରଙ୍କୁ ଭୁଜାଲି ଓ କାଚ ବୋତଲରେ ଆକ୍ରମଣ କରି ମୁହଁରେ କାଳି‌ ବୋଳିଲେ।

gjgdjdgjdgjdgj

ଭୁବନେଶ୍ବର: ଜଣେ କଳାକାର ନିଜକୁ ଆଇଆଇସି ପରିଚୟ ଦେଇ ଅନ୍ୟ ଜଣେ କଳାକାରଙ୍କୁ ଥାନାକୁ ଡାକିଲେ। ଆଉ ଥାନା ସାମ୍ନାରେ ଜଣେ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କ ସହ ମିଶି ସମ୍ପୃକ୍ତ କଳାକାରଙ୍କୁ ଭୁଜାଲି ଓ କାଚ ବୋତଲରେ ଆକ୍ରମଣ କରି ମୁହଁରେ କାଳି‌ ବୋଳିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ସହିଦନଗର ଥାନା ସାମ୍ନାରେ। ଘଟଣାରେ ସହିଦନଗର ଥାନା ପୁଲିସ ବିଜେପି ନେତା କଟକ ଗୋବିନ୍ଦପୁରର ଇତୀଶ ପ୍ରଧାନ (୩୬), ଜଗତସିଂହପୁରର ବିପ୍ଳବ ପରିଡ଼ା (୩୨) ଓ କେନ୍ଦୁଝରର କଳାକାର ଅର୍ପଣ ମିଶ୍ର (୩୬)ଙ୍କୁ ଗିରଫ କରିଛି। ସୂଚନା ମୁତାବକ, କିଛିଦିନ ତଳେ ଅର୍ପଣ ଏକ ୱେବ୍‌ ପୋର୍ଟାଲରେ ସରୋଜ କୁମାର ମିଶ୍ର ଓରଫ ତପିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପ୍ରତିଶୋଧ ପରାୟଣ ହୋଇ ଅର୍ପଣ ଅଜଣା ନମ୍ବରରୁ ତପିଙ୍କୁ ଧମକ ଚମକ ଦେବା ସହ ୫୦ହଜାର ଟଙ୍କା ଦାଦାବଟି ମାଗିଥିଲେ। ଏନେଇ ତପି ପ୍ରଥମେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।

ଆଇଆଇସି ପରିଚୟ ଦେଇ ଥାନାକୁ ଡାକିଲେ
ବିଜେପି ନେତା ଇତୀଶଙ୍କ ସମେତ ୩ ଗିରଫ

ଏତିକିରେ ଥମିନଥିଲା ସେମାନଙ୍କ କଳି। ତପିଙ୍କୁ ପାନେ ଦେବା ପାଇଁ ଅର୍ପଣ, ଇତୀଶ ଓ ତାଙ୍କ ସହ‌ଯୋଗୀଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ। ଆଉ ଯୋଜନା ମୁତାବକ ଗତ ୯ ତାରିଖ ବିଳମ୍ବିତ ରାତିରେ ସେମାନେ ଏକ ଅଜଣା ନମ୍ବରରୁ ତପିଙ୍କୁ ଫୋନ୍‌ କରି ସହିଦନଗର ଥାନା ଆଇଆଇସି ବୋଲି ପରିଚୟ ଦେଇଥିଲେ। ମାମଲା ଥିବା କହି ତୁରନ୍ତ ଥାନାରେ ଦେଖାକରିବାକୁ ଡାକିଥିଲେ। ରାତି ପାଖାପାଖି ସାଢ଼େ ୧୨ଟା ବେଳେ ତପି ଥାନା ସମ୍ମୁଖରେ ଗାଡ଼ି ପାର୍କିଂ କରୁଥିବା ବେଳେ ଇତୀଶଙ୍କ ଗାଡ଼ି ଓ ଅର୍ପଣଙ୍କ ଗାଡ଼ି ଆଗପଛ ହୋଇ ତପିଙ୍କୁ ଘେରିଯାଇଥିଲେ। ତପି କିଛି ବୁଝିବା ପୂର୍ବରୁ ସେମାନେ ଗାଡ଼ିରୁ ବାହାରିଥିଲେ। ଭୁଜାଲି ଓ କାଚ ବୋତଲରେ ଆକ୍ରମଣ କରିବା ସହ ଅର୍ପଣ, ତପିଙ୍କ ମୁହଁରେ କାଳି ‌ବୋଳିଥିଲେ। ଯାହାକୁ ନେଇ‌ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଥାନା ସାମ୍ନାରେ ଏତେ ସବୁ ଘଟଣା ଘଟିଥିଲେ ବି ପୁଲିସ ସୁରାକ ପାଇନଥିଲା। ହେଲେ ତପି ଜଣଙ୍କୁ କାବୁ କରି ଥାନାକୁ ନେଇ ଘଟଣା ସମ୍ପର୍କରେ ଜଣାଇଥିଲେ। ହେଲେ ଅନ୍ୟମାନେ ସେଠାରୁ ଖସିପଳାଇଥିଲେ। ଏନେଇ ତପି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଇତୀଶ, ବିପ୍ଳବ ଓ ଅର୍ପଣଙ୍କୁ  କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe