ଅରୁନ୍ଧତୀ ଜୁଏଲର୍ସର ‘ମାତୃ ଦିବସ’ : ବଟରଫ୍ଲାଏ ୟୁନିଭର୍ସ ମୃଗାକ୍ଷୀ ଆର କୁମାରଙ୍କୁ ସମ୍ବର୍ଧନା

Advertisment
ଅରୁନ୍ଧତୀ ଜୁଏଲର୍ସର ‘ମାତୃ ଦିବସ’ : ବଟରଫ୍ଲାଏ ୟୁନିଭର୍ସ ମୃଗାକ୍ଷୀ ଆର କୁମାରଙ୍କୁ ସମ୍ବର୍ଧନା

ଭୁବନେଶ୍ୱର : ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ମାତୃ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ତୁର୍କିରେ ମିନି ମିସ୍‌ ବଟରଫ୍ଲାଏ ୟୁନିଭର୍ସ ବିଜେତା ହୋଇଥିବା ମୃଗାକ୍ଷୀ ଆର କୁମାର ଏବଂ ତାଙ୍କ ମା ସଂଘମିତ୍ରା ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଛି। ସଂଘମିତ୍ରା ନିଜ ଝିଅର ସଫଳ ଯାତ୍ରା ସମ୍ପର୍କରେ କହି କାନ୍ଦି ପକାଇବା ସହ ମୃଗାକ୍ଷୀ ତାଙ୍କୁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି କହିଥିଲେ। ଅରୁନ୍ଧତୀ ଜୁଏଲର୍ସ କେବଳ ବ୍ୟବସାୟିକ ଅନୁଷ୍ଠାନ ନୁହେଁ ବରଂ ସାମାଜିକ କାର୍ଯ୍ୟ ସହ ପ୍ରତିଭାମାନଙ୍କୁ ଉତ୍ସାହିତ କରାଇବାରେ ଉଦାହରଣ ସୃଷ୍ଟି କରିଥିବାରୁ କୃତଜ୍ଞତା ବ୍ୟକ୍ତ କରିଥିଲେ। ମୃଗାକ୍ଷୀ ନିଜର ବକ୍ତବ୍ୟରେ କହିଥିଲେ ଝିଅ ବି କମ୍‌ ନୁହନ୍ତି। ତେଣୁ ଝିଅମାନଙ୍କୁ ସବୁ କ୍ଷେତ୍ରରେ ପ୍ରୋତ୍ସାହନ ଦେବାକୁ ସେ ବାର୍ତା ଦେଇଥିଲେ। ଏହି ଅବସରରେ ଉପସ୍ଥିତ ତାଙ୍କ ବାପା ରାଜେଶ କୁମାର ପଟ୍ଟନାୟକ ମୃଗାକ୍ଷୀଙ୍କ ସଫଳତାରେ ଖୁସି ବ୍ୟକ୍ତ କରିବା ସହ ପ୍ରତିଷ୍ଠାନର ପରିଚାଳନା ନିର୍ଦେଶକ ବ୍ରହ୍ମାନନ୍ଦ ମେହେରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସେହିପରି ଅରୁନ୍ଧତୀ ଜୁଏଲର୍ସ ସମ୍ବଲପୁର ଶାଖା ପକ୍ଷରୁ ମାତୃଦିବସ ଓ ସାବିତ୍ରୀ ଉତ୍ସବ ପାଳନ ଅବସରରେ ମେହେନ୍ଦି ଉତ୍ସବ ପାଳନ କରାଯାଇଥିଲା। ଶତାଧିକ ମହିଳା ଏଥିରେ ସାମିଲ୍‌ ହୋଇ ମନୋରଂଜନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe