ଆର୍ଯ୍ୟସମାଜ ଏକ ସଂସ୍କାରବାଦୀ ଆନ୍ଦୋଳନ: ସ୍ୱାମୀ ଆର୍ଯ୍ୟବେଶ

Advertisment
ଆର୍ଯ୍ୟସମାଜ ଏକ ସଂସ୍କାରବାଦୀ ଆନ୍ଦୋଳନ: ସ୍ୱାମୀ ଆର୍ଯ୍ୟବେଶ

ଖଣ୍ଡଗିରି: ଭାରତବର୍ଷରେ ଆର୍ଯ୍ୟସମାଜ ଏକ ସଂସ୍କାରବାଦୀ ଆନ୍ଦୋଳନ। ଆଜକୁ ୧୪୭ବର୍ଷ ତଳେ ଧର୍ମ ନାମରେ ଯେଉଁ ଅଧର୍ମ ଚାଲିଥିଲା, ତା’ ବିରୁଦ୍ଧରେ ମହର୍ଷି ଦୟାନନ୍ଦ ଯେଭଳି ଧାର୍ମିକ ଜାଗରଣ ସୃଷ୍ଟି କଲେ ତାହା ଭାରତର ଅଗଣିତ ଜନସାଧାରଣଙ୍କ ମନକୁ ଛୁଇଁ ପାରିଥିଲା। ଆମ ଧର୍ମ ଯେ କେତେ ମହାନ୍‌ ସେ ବିଷୟରେ ସେ ସାଧାରଣ ଜନତାଙ୍କୁ ବୁଝାଇବା ପାଇଁ ଚାରିବେଦକୁ ସରଳ ଭାବେ ବ୍ୟାଖ୍ୟା କରିଥିଲେ। ସମାଜରେ ଥିବା ଜାତିପ୍ରଥା ବିରୁଦ୍ଧରେ ଏକ ସାମାଜିକ ଆନ୍ଦୋଳନର ସୂତ୍ରପାତ କରିଥିଲେ। ଆଜକୁ ୧୪୦ ବର୍ଷ ତଳେ ମହିଳାମାନଙ୍କ ଅଧିକାର ପାଇଁ ଲଢ଼େଇ କରିବାକୁ ସ୍ୱାମୀଜୀ ଆହ୍ୱାନ ଦେଇଥିଲେ ବୋଲି ବୁଦ୍ଧମନ୍ଦିରଠାରେ ରୋଟାରି କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଆୟୋଜିତ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ଆର୍ଯ୍ୟସମାଜର ସଭାପତି ସ୍ୱାମୀ ଆର୍ଯ୍ୟବେଶ କହିଛନ୍ତି।

ଆର୍ଯ୍ୟସମାଜ, ଓଡ଼ିଶାର ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ରୋଟାରି ୩୨୬୨ ଜିଲ୍ଲାର ଗଭର୍ଣ୍ଣର, ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ଶାନ୍ତନୁ କୁମାର ପାଣି ଓ ସମାଜସେବୀ ଦିଲୀପ ପାତ୍ରଙ୍କୁ ସ୍ୱାମୀଜୀ ଉତ୍ତରୀୟ ଓ ଇଂରାଜୀ ସତ୍ୟାର୍ଥ ପ୍ରକାଶ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଶିଷ୍ଟ ଅତିଥି ଭାବେ ଶିକ୍ଷାବିତ୍ ଡ. ବଦ୍ରିନାଥ ପଟ୍ଟନାୟକ ଓ ରୋଟାରି କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ନିର୍ବାଚିତ ସଭାପତି ଡ. ସୌରେନ୍ଦ୍ର କୁମାର ମହାପାତ୍ର, ବିଶିଷ୍ଟ ବୈଦିକ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଏହି ସଭାରେ ଉପସ୍ଥିତ ଥିଲେ। ଏହି ଅବସରରେ ରୋଟାରିଆନ ନୀରଜ କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ପରିବ୍ରାଜକ ସ୍ୱାମୀ ପ୍ରଣବାନନ୍ଦ ସରସ୍ୱତୀଙ୍କ ସ୍ମରଣରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମକୁ ସମ୍ପାଦକ ଜ୍ୟୋତିଶଙ୍କର ମହାନ୍ତି ପରିଚାଳନା କରିଥିଲେ। ବିୟୋତପ୍ରଜ୍ଞା ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe