ବେଦର ବାଣୀ ବିଶ୍ୱର କଲ୍ୟାଣ ପାଇଁ ଅଭିପ୍ରେତ

Advertisment

ଯୁବ ଆର୍ଯ୍ୟସମାଜର ତ୍ରିଦିବସୀୟ ସାଧନା ଶିବିର ଉଦ୍‌ଯାପିତ

ଯୁବ ଆର୍ଯ୍ୟସମାଜର ତ୍ରିଦିବସୀୟ ସାଧନା ଶିବିର ଉଦ୍‌ଯାପିତ

ବେଦର ବାଣୀ ବିଶ୍ୱର କଲ୍ୟାଣ ପାଇଁ ଅଭିପ୍ରେତ

ଭୁବନେଶ୍ୱର : ଯୁବ ଆର୍ଯ୍ୟ ସମାଜ, ଓଡ଼ିଶା ପକ୍ଷରୁ ବୁଦ୍ଧ ମନ୍ଦିରଠା‌ରେ ଚାଲିଥିବା ତିନିଦିନିଆ ସାଧନା ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ କିସ୍ ବିଶ୍ୱବିଦ୍ୟାଳୟର କୁଳପତି ହରେକୃଷ୍ଣ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଯୁବକମାନଙ୍କୁ ବୈଦିକ ସଂସ୍କୃତି ତଥା ପରମ୍ପରା ସହ ରୁଦ୍ଧିମନ୍ତ କରିବା ପାଇଁ ଯୁବ ଆର୍ଯ୍ୟ ସମାଜର ଏହି ପ୍ରୟାସ ଅଭିନନ୍ଦନୀୟ। ଆମ ଧର୍ମଗ୍ରନ୍ଥ ବେଦର ପ୍ରତ୍ୟେକ ମନ୍ତ୍ର ବିଶ୍ୱର କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ଆଜି ସମାଜରେ ଯେଉଁ ଅନ୍ୟାୟ, ଅତ୍ୟାଚାର, ଭ୍ରଷ୍ଟାଚାର ବଢ଼ୁଛି, ତା’ ବିରୋଧରେ ଯୁବକମାନେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ। ପ୍ରତ୍ୟେକ ଛାତ୍ରକୁ ନୈତିକ ଶିକ୍ଷା ଦିଆଗଲେ, ସମାଜର ପରିବର୍ତ୍ତନ ସମ୍ଭବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମ ମୁଖ୍ୟ ସଞ୍ଚାଳକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଲେ, ଅନ୍ୟକୁ ଆମେ ଯାହା ଉପଦେଶ ଦେଉଛେ, ତାହାକୁ ନିଜ ପାଇଁ ଆମେ କାର୍ଯ୍ୟକାରୀ କଲେ ଯୁବକମାନେ ପ୍ରେରଣା ପାଇବେ, କିନ୍ତୁ ବର୍ତ୍ତମାନ ସମାଜରେ କଥନୀ ଓ କରନିର ସାମଞ୍ଜସ୍ୟ ରହୁନି। ଫଳରେ ଯୁବକମାନେ ଅସହିଷ୍ଣୁ ହେବାକୁ ବାଧ୍ୟ ହେଉଛନ୍ତି। ଯୁବକମାନଙ୍କୁ ମାର୍ଗଦର୍ଶନ ଦେଇ ସ୍ୱାମୀ ସୁଧାନନ୍ଦ କହିଲେ, ମହର୍ଷି ଦୟାନନ୍ଦ ଆଜକୁ ୧୪୪ବର୍ଷ ତଳେ ଭାରତୀୟ ସମାଜରେ ଯେଉଁ ଧାର୍ମିକ ସଂସ୍କାରର ସୂତ୍ରପାତ କରିଥିଲେ ଆଜି ମଧ୍ୟ ତା’ର ଆବଶ୍ୟକତା ରହିଛି। ଯୁବକମାନେ ସୁଶୃଙ୍ଖଳିତ ଓ ସୁପ୍ରଶିକ୍ଷିତ ହେଲେ ସମାଜର ଢାଞ୍ଚା ବଦଳାଇ ଦେବେ।

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି ଓ ସୌରେନ୍ଦ୍ର କୁମାର ମହାପାତ୍ର ଏଥିରେ ଉପସ୍ଥିତ ଥିଲେ। ଆର୍ଯ୍ୟ ସମାଜର ଦୁଇ ଜଣ ଯୁବ ପ୍ରତିଭା ହରିଭାଇ ଆର୍ଯ୍ୟନ ଓ ଆଚାର୍ଯ୍ୟ ଧର୍ମରାଜଙ୍କୁ ସ୍ୱାମୀ ‘ବ୍ରହ୍ମାନନ୍ଦ ଯୁବ ପ୍ରତିଭା ସମ୍ମାନ-୨୦୧୯’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବ ଆର୍ଯ୍ୟ ସମାଜର ସଭାପତି ପ୍ରବୀର ଆର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ ଓ ଅଭୟ ଆର୍ଯ୍ୟ ଧନ୍ୟବାଦ ଦେଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ଆର୍ଯ୍ୟ ସନ୍ନ୍ୟାସୀ ସ୍ୱାମୀ ଅଭେଦାନନ୍ଦ ସରସ୍ୱତୀ, ସ୍ୱାମୀ ମୁକ୍ତାନନ୍ଦ ସରସ୍ୱତୀ, ଦେବଦତ୍ତ ଆର୍ଯ୍ୟ, ବିଜୟ ଆର୍ଯ୍ୟ, ରବୀନ୍ଦ୍ର ଲେଙ୍କା ଓ ଲକ୍ଷ୍ମୀଧର ପଣ୍ଡା ପ୍ରମୁଖ ଶିବିରର ଅନୁଭୂତି ପ୍ରକାଶ କରିଥିଲେ। ଯୁବକମାନଙ୍କୁ ବୈଦିକ ହବନ ପ୍ରଶିକ୍ଷଣ ଦିଆଯାଇ ବାବା ବୈକୁଣ୍ଠନାଥଙ୍କ ଆଶ୍ରମରେ ୫୧ କୁଣ୍ଡୀୟ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe