ଏଏସବିଏମ୍ ଲ’ ସ୍କୁଲକୁ ବାର୍ କାଉନସିଲ୍‌ ମାନ୍ୟତା

Advertisment
ଏଏସବିଏମ୍ ଲ’ ସ୍କୁଲକୁ ବାର୍ କାଉନସିଲ୍‌ ମାନ୍ୟତା

ASBM University

ଭୁବନେଶ୍ବର: ଏଏସବିଏମ୍ ବିଶ୍ବବିଦ୍ୟାଳୟର ସ୍କୁଲ ଅଫ ଲ’କୁ ବାର୍ କାଉନସିଲ୍‌ ଅଫ ଇଣ୍ଡିଆ ମାନ୍ୟତା ପ୍ରଦାନ କରିଛି। ଚଳିତ ୨୦୨୨ ଶିକ୍ଷା ବର୍ଷରୁ ପାଞ୍ଚ ବର୍ଷିଆ ଇଣ୍ଟିଗ୍ରେଟେଡ ବିଏ ଏଲ୍ଏଲବି (ଅନର୍ସ) ଓ ବିବିଏ ଏଲଏଲବି (ଅନର୍ସ) କୋର୍ସର ଆଡମିସନ ଆରମ୍ଭ ହୋଇଛି। ଏହି ପାଠ୍ୟକ୍ରମର ମାର୍ଗଦର୍ଶକ ଏବଂ ମେଣ୍ଟର ରୂପେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ଓ ଓଡ଼ିଶା ଆଇନ୍ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା ହାଇଦ୍ରାବାଦ ଜାତୀୟ ଲ’ ବିଶ୍ବବିଦ୍ୟାଳୟର କୁଳପତି ଫୈଜନ ମୁସ୍ତାଫା ଅଛନ୍ତି।

ଏଏସବିଏମ୍ ଆଇନ ସ୍କୁଲରେ ଉନ୍ନତମାନର ଆଇନ୍ ଲାଇବ୍ରେରି, ମୁଟ୍ କୋର୍ଟ, ଲିଗାଲ ଏଡ୍ କ୍ଲିନିକ୍ ପ୍ରଭୃତି ରହିଛି। ପାଠ୍ୟ ଖସଡ଼ା ଆଇନ ବିଶେଷଜ୍ଞଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି। ଏହି ପାଠ୍ୟକ୍ରମ ପାଇଁ ଏକ ଲକ୍ଷ ଟଙ୍କାର ମେରିଟ ସ୍କଲାରସିପ୍‌ ପ୍ରତି ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି। +୨ ପାସ କରିଥିବା ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରି ଅଗଷ୍ଟ ମାସ ୭ ତାରିଖରେ ପ୍ରବେଶିକା ପରୀକ୍ଷା ଦେଇ ପାରିବେ। ଏଏସବିଏମ୍ ବିଶ୍ବବିଦ୍ୟାଳୟର କୁଳାଧକ୍ଷ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ଏହି ମାନ୍ୟତା ପାଇଁ ବାର୍‌ କାଉନସିଲ୍ ଅଫ ଇଣ୍ଡିଆକୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe