ଅସ୍ମିତାର ବିଜୟ ହୋଇନାହିଁ; ଅହଙ୍କାର ପରାଜିତ ହୋଇଛି: ସୌମ୍ୟରଂଜନ

Advertisment

ଓଡ଼ିଶାରେ ସରକାର ପରିବର୍ତ୍ତନ ଯୋଗୁଁ ଅସ୍ମିତାର ବିଜୟ ହୋଇଛି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ, ଅସ୍ମିତାର ବିଜୟ ହୋଇନାହିଁ; ଅହଙ୍କାରର ପରାଜୟ ହୋଇଛି। ଯେତେ ଜ୍ଞାନୀ, ପ୍ରଭାବଶାଳୀ ଓ ବଳବାନ୍‌ ହୋଇଥିଲେ ମଧ୍ୟ ଅହଙ୍କାର ‌କଲେ ଅଧିକ ଦିନ ତିଷ୍ଠି ହେବ ନାହିଁ।

ଓଡ଼ିଶାରେ ସରକାର ପରିବର୍ତ୍ତନ ଯୋଗୁଁ ଅସ୍ମିତାର ବିଜୟ ହୋଇଛି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ, ଅସ୍ମିତାର ବିଜୟ ହୋଇନାହିଁ; ଅହଙ୍କାରର ପରାଜୟ ହୋଇଛି। ଯେତେ ଜ୍ଞାନୀ, ପ୍ରଭାବଶାଳୀ ଓ ବଳବାନ୍‌ ହୋଇଥିଲେ ମଧ୍ୟ ଅହଙ୍କାର ‌କଲେ ଅଧିକ ଦିନ ତିଷ୍ଠି ହେବ ନାହିଁ।

RTEWET

ବାଙ୍କୀ: ଓଡ଼ିଶାରେ ସରକାର ପରିବର୍ତ୍ତନ ଯୋଗୁଁ ଅସ୍ମିତାର ବିଜୟ ହୋଇଛି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ, ଅସ୍ମିତାର ବିଜୟ ହୋଇନାହିଁ; ଅହଙ୍କାରର ପରାଜୟ ହୋଇଛି। ଯେତେ ଜ୍ଞାନୀ, ପ୍ରଭାବଶାଳୀ ଓ ବଳବାନ୍‌ ହୋଇଥିଲେ ମଧ୍ୟ ଅହଙ୍କାର ‌କଲେ ଅଧିକ ଦିନ ତିଷ୍ଠି ହେବ ନାହିଁ। ଅହଙ୍କାର କଲେ ପରାଜୟ ନିଶ୍ଚିତ ବୋଲି ବାଙ୍କୀ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ‘ଆମ ଓଡ଼ିଶା’ ଓ ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ମହୋତ୍ସବର ପ୍ରତିଷ୍ଠାତା ସଭାପତି ପ୍ରଭାତ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଯେଉଁମାନେ ଅସ୍ମିତା ବିଷୟରେ ସଚେତନ ହୋଇ ଆଗକୁ ଯିବାକୁ ଚାହୁଁଛନ୍ତି; ସେମାନେ ଅସ୍ମିତା କ’ଣ ବୁଝନ୍ତୁ, ଏ ବିଷୟରେ ଆଲୋଚନା କରନ୍ତୁ।

ଜଗନ୍ନାଥଙ୍କୁ ନେଇ ଆମେ ପରିଚୟ ପାଇଛେ। ଓଡ଼ିଆ ଅସ୍ମିତା ସେଇଠି ଅଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। ପାର୍ଟିକୁ ତଳେ ରଖି ମାଟିକୁ ଉପରେ ରଖିବା ପାଇଁ ପରାମର୍ଶ ଦେଇ ଶ୍ରୀ ପଟ୍ଟନାୟକ ମାଟିର ଉନ୍ନତି ହେଲେ ପାର୍ଟିର ବି’ ଉନ୍ନତି ହେବ ବୋଲି କହିଥିଲେ। ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦଚନ୍ଦ୍ର ଚାନ୍ଦ ମୁଖ୍ୟବକ୍ତା, ଉପସଭାପତି ଗତିକୃଷ୍ଣ ସ୍ବାଇଁ, ଅନନ୍ତଚରଣ ଦାସ ଅନ୍ୟତମ ବକ୍ତା, ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ, ଉପସଭାପତି ଭାଗୀରଥି ପାଣି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ମା’ ଚର୍ଚ୍ଚିକାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ। ଡମପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣବକିଶୋର ପଟେଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ବାଙ୍କୀ ମହୋତ୍ସବର ସଭାପତି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ବାଙ୍କୀର ବରପୁତ୍ରମାନଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ସାଧାରଣ ସମ୍ପାଦକ ଗଣେଶ୍ବର ସ୍ବାଇଁ ମହୋତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ। ସଂଗଠନ ସମ୍ପାଦକ ଭରତ ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe