ଠାକୁର ଦର୍ଶନ, ଅଞ୍ଚଳ ବୁଲା‌

Advertisment

ଉତ୍ତର ଭୁବନେଶ୍ବରରେ ଟ୍ରେଣ୍ଡ୍ ଜାରି

ଉତ୍ତର ଭୁବନେଶ୍ବରରେ ଟ୍ରେଣ୍ଡ୍ ଜାରି

ଠାକୁର ଦର୍ଶନ, ଅଞ୍ଚଳ ବୁଲା‌

ବିଜୟ ପ୍ରାର୍ଥୀମାନେ ଏଥର ବିଜୟ ଉତ୍ସବ ପାଳନରୁ ନିବୃତ୍ତ ରହିଛନ୍ତି। ବାତ୍ୟା ‘ଫନି’ ମାଡ଼ରେ ଭୁବନେଶ୍ବର ସହରରେ ବ୍ୟାପକ କ୍ଷତି ହୋଇଥିବାରୁ ସମସ୍ତ ନିର୍ବାଚନମଣ୍ଡଳୀର ବିଜୟୀ ପ୍ରାର୍ଥୀମାନେ ଶୋଭାଯାତ୍ରା କରିନାହାନ୍ତି। ବରଂ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରି ପ୍ରଥମ ଦିନ ଆରମ୍ଭ କରିଛନ୍ତି। ଏକାମ୍ର ଭୁବନେଶ୍ବର ବିଜୟୀ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ତାଙ୍କ ସହ ଶତାଧିକ ସମର୍ଥକ ରହିଥିଲେ। ଏଥିସହ ସେ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଲୋକଙ୍କୁ ଭେଟିଥିଲେ। ସକାଳୁ ସକାଳୁ ବହୁ ସମର୍ଥକ ତାଙ୍କ ଘରେ ପହଞ୍ଚି ଶୁଭେଚ୍ଛା ଜଣାଇଥିଲେ। ଉତ୍ତର ଭୁବନେଶ୍ବରର ବିଜୟୀ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ରାତିରୁ ହିଁ ତାଙ୍କ ଘରେ ସମର୍ଥକ ଓ ଶୁଭେଚ୍ଛୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସକାଳେ ବି ସମାନ ପରିସ୍ଥିତି ଦେଖାଯାଇଥିଲା। ପୂର୍ବାହ୍ନରେ ସମର୍ଥକଙ୍କ ସହ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ବୁଲିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ। ମଧ୍ୟ ଭୁବନେଶ୍ବରର ବିଜୟୀ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବି ସମର୍ଥକଙ୍କ ସହ ବିଭିନ୍ନ ଅଞ୍ଚଳ ବୁଲିଥିଲେ। ସେହିପରି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ଗହଳି ଲାଗିଥିବା ଦେଖାଯାଇଥିଲା।

publive-image

ଉତ୍ତର ଭୁବନେଶ୍ବରରେ ଟ୍ରେଣ୍ଡ୍ ଜାରି

ଗତ ଦୁଇଟି ନିର୍ବାଚନ ପରି ଏଥର ବି ଉତ୍ତର ଭୁବନେଶ୍ବରରେ ସମାନ ଟ୍ରେଣ୍ଡ୍‌ ରହିଛି। ବିଜେଡି ଲଗାତାର ତୃତୀୟ ଥର ଲାଗି ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ ମଧ୍ୟ ଭୋଟର୍‌ ତାଙ୍କୁ ଗ୍ରହଣ କରିଛନ୍ତି। ନବୀନଙ୍କ ସ୍ବଚ୍ଛ ଭାବମୂର୍ତ୍ତି ସାଙ୍ଗକୁ ବିକାଶଧାରାକୁ ଆୟୁଧ କରି ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ଟ୍ରେଣ୍ଡ୍‌କୁ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କୁ ପ୍ରାୟ ୨୫ ହଜାର ଭୋଟରେ ପରାସ୍ତ କରିଛନ୍ତି। ବିଜେପି ଅଭିନେତ୍ରୀ ଅପରାଜିତାଙ୍କୁ ଏଠାରେ ପ୍ରାର୍ଥୀ କରି ଯେଉଁ ସଫଳତା ପାଇବ ବୋଲି ଆଶା ରଖିଥିଲା ତାହା ବିଫଳ ହୋଇଛି। ଜନସାଧାରଣ ସେ‌ଲିବ୍ରିଟି ଅପେକ୍ଷା ବିଜେଡି ତଥା ନବୀନ ପଟ୍ଟନାୟକଙ୍କ ଉପ‌ରେ ଆସ୍ଥା ପ୍ରକଟ କରିଛନ୍ତି। ଯୁବ ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତଙ୍କୁ ବିପୁଳ ଭୋଟ୍‌ରେ ବିଜୟୀ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe