ଅଶୋକ ପରିଜା କିଟ୍‍ର ନୂତନ କୁଳାଧିପତି

Advertisment
ଅଶୋକ ପରିଜା କିଟ୍‍ର ନୂତନ କୁଳାଧିପତି

ଭୁବନେଶ୍ୱର: ବିଶିଷ୍ଟ ଆଇନ ବିଶାରଦ ତଥା ଓଡ଼ିଶା ଆଡ୍‌ଭୋକେଟ ଜେନେରାଲ୍‍ ଅଶୋକ କୁମାର ପରିଜା ଆଜି ଆନୁଷ୍ଠାନିକ ଭାବେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ଯୋଗ ଦେଇଛନ୍ତି। ପ୍ରାକ୍ତନ କୁଳାଧିପତି ଖ୍ୟାତିସମ୍ପନ୍ନ ଶିକ୍ଷାବିତ୍‍ ପ୍ରଫେସର ବେଦ ପ୍ରକାଶଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବା ପରେ କିଟ୍‍ କର୍ତ୍ତୃପକ୍ଷ ଆଇନଜୀବୀ ଶ୍ରୀ ପରିଜାଙ୍କୁ ନୂତନ କୁଳାଧିପତି ପଦ ପାଇଁ ମନୋନୀତ କରିଥିଲେ। ଆଜି ସେ ଦାୟିତ୍ୱ ଗ୍ରହଣ କରିବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଆଇନ ସେବା କ୍ଷେତ୍ରରେ ଦୀର୍ଘ ୩୮ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ଥିବା ଶ୍ରୀ ପରିଜା ୨୦୧୯ ମସିହାରୁ ଆଡ୍‌ଭୋକେଟ ଜେନେରାଲ୍‍ ଭାବେ କାର୍ଯ୍ୟ କରି ଆସୁଛନ୍ତି।

ଏହା ପୂର୍ବରୁ ସେ ବାର୍‌ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ। ବିଶ୍ବବିଦ୍ୟାଳୟର କୁଳାଧିପତି ପଦବିରେ ସେ ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ ରହିବେ। ଏହି ପରିପ୍ରେକ୍ଷୀରେ ଶ୍ରୀ ସାମନ୍ତ କହିଛନ୍ତି ଯେ ଶ୍ରୀ ପରିଜାଙ୍କ ନେତୃତ୍ୱରେ କିଟ୍‍ ବିଶ୍ୱବିଦ୍ୟାଳୟ ଶିକ୍ଷା, ଗବେଷଣା ସହ ସାମଗ୍ରିକ ବିକାଶ କ୍ଷେତ୍ରରେ ଆହୁରି ଅଧିକ କାର୍ଯ୍ୟ କରିପାରିବ। ଆଜି ସେ ଦାୟିତ୍ବ ଗ୍ରହଣ କରିବା ସମୟରେ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ଡା. ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା, ଉପକୁଳପତି ପ୍ରଫେସର ଶରଣଜିତ ସିଂହ, ଡା. ସିବିକେ ମହାନ୍ତିଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe