ଖୋର୍ଦ୍ଧା କ୍ୟାଟେରର୍ ଆସୋସିଏସନ୍ ପ୍ରଥମ ସଭାପତି ହେଲେ ଅଶ୍ୱିନୀ

Advertisment
ଖୋର୍ଦ୍ଧା କ୍ୟାଟେରର୍ ଆସୋସିଏସନ୍ ପ୍ରଥମ ସଭାପତି ହେଲେ ଅଶ୍ୱିନୀ

ଭୁବନେଶ୍ୱର: ଖୋର୍ଦ୍ଧା କେ. ଏନ ହଲରେ ଅଲ୍ ଓଡ଼ିଶା କ୍ୟାଟେରର୍ ଆସୋସିଏସନର ପ୍ରଥମ ବାର୍ଷିକ ସାଧାରଣ ବୈଠକ ଏବଂ ଖୋର୍ଦ୍ଧା ଜିଲ୍ଲା କ୍ୟାଟେରର୍ ଆସୋସିଏସନର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଅଶ୍ୱିନୀ କୁମାର ମହାପାତ୍ର ଏବଂ ବୃନ୍ଦାବନ ମିଶ୍ର ନୂତନ ଭାବେ ଗଠିତ ଖୋର୍ଦ୍ଧା ଜିଲ୍ଲା କ୍ୟାଟେର ଆସୋସିଏସନର ପ୍ରଥମ ସଭାପତି ଓ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେମାନେ ୨୦୨୪ ପର୍ଯ୍ୟନ୍ତ ଏହି ପଦବିରେ ରହିବେ ବୋଲି ନିଷ୍ପତ୍ତି ହୋଇଛି।

ସେହିପରି ଶ୍ରୀକାନ୍ତ ପଟ୍ଟନାୟକ ଏବଂ ରବୀନ୍ଦ୍ର କୁମାର ପାତ୍ର ଯୁଗ୍ମ ସଚିବ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟ ନିର୍ବାଚିତ ସଦସ୍ୟମାନେ ହେଲେ ସୁଶାନ୍ତ ଦାଶ (ଉପ-ସଭାପତି), ନୀତୀଶ କୁମାର ସାହୁ (କୋଷାଧ୍ୟକ୍ଷ), ରାଜେଶ କୁମାର ଜେନା (ସାଙ୍ଗଠନିକ ସଚିବ), ପଙ୍କଜ ପଟ୍ଟନାୟକ (ଜନସମ୍ପର୍କ ଅଧିକାରୀ), ପ୍ରବୋଧ କୁମାର ଦାସ (ପରାମର୍ଶଦାତା)। ସେହିପରି ଅନୁପ ବାଗାଇ, ଦେବୀ ପ୍ରସାଦ ରଥ, ନବରଂଜନ ପଟ୍ଟନାୟକ, ଅଶୋକ କୁମାରମହାପାତ୍ର, ବିନୟ ଭୂଷଣ ପଟ୍ଟନାୟକ, ସୁସନ୍ତା ମିଶ୍ର, ଦେବଯାନୀ ସାହୋ, ମୁକେଶ ପ୍ରଧାନ, ଗୁରୁ ଚରଣ ଦାସ, ଆଶିଷ ରଂଜନ ପଟ୍ଟନାୟକ, ସତ୍ୟଜିତ୍ ମହାନ୍ତି, ଜୟନା ରଜନ ସାହୁ, ଏମ ଜୟ ପ୍ରସାଦ ରାଓ, ରାଜ କିଶୋର ମହାପାତ୍ର ଏବଂ ଦୀପକ କୁମାର ସିଂ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ଅଲ୍ ଓଡିଶା କ୍ୟାଟେରର୍ ଆସୋସିଏସନ୍ ସଭାପତି ବିନୟ ଭୂଷଣ ପଟ୍ଟନାୟକ ନୂତନ ନିର୍ବାଚିତ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe