୧୫୦୦ ଲାଞ୍ଚ ନେଇ ଏଏସ୍ଆଇ ଗିରଫ

Advertisment

୫ ବର୍ଷରେ ଧଉଳି ଥାନାର ୩

୫ ବର୍ଷରେ ଧଉଳି ଥାନାର ୩

୧୫୦୦ ଲାଞ୍ଚ ନେଇ ଏଏସ୍ଆଇ ଗିରଫ

ଭୁବନେଶ୍ୱର/ଧଉଳି : ସାଧାରଣ ଘଟଣାରେ ଜଣେ ଯୁବକଙ୍କୁ ଫସାଇବା ଧମକ ଦେଇ ୧୫୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଧଉଳି ଥାନାର ଏଏସ୍ଆଇ ତୋଫାନ ଗୁରୁ। ତୋଫାନଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ଥାନାର ରେଷ୍ଟ ରୁମର ଏକ ବ୍ୟାଗରେ ଲୁଚାଇ ରଖିଥିବା ଲାଞ୍ଚ ଟଙ୍କାକୁ ଜବତ କରିଛି। ଏ ସଂକ୍ରାନ୍ତରେ ଭୁବନେଶ୍ବର ଭିଜିଲାନ୍ସ ଥାନାରେ ଲାଞ୍ଚ ମାମଲା ରୁଜୁ ହୋଇଛି। ତାଙ୍କ ଘରେ ଭିଜିଲାନ୍ସର ଏକ ଟିମ୍ ଛାନଭିନ୍ କରୁଛି। ଆସନ୍ତାକାଲି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି।

ଭିଜିଲାନ୍ସ ସୂଚନା ଅନୁସାରେ, ଧଉଳି ଥାନା ଅନ୍ତର୍ଗତ ଜୟପୁରର ପ୍ରଶାନ୍ତ କୁମାର ସାହୁଙ୍କ ଜମିରେ ଡିହପୁର ଅଞ୍ଚଳର ସୁଦର୍ଶନ ବରାଳ ବାଲି ଗଦା କରି ବିକ୍ରି କରନ୍ତି। ଗତ କିଛିଦିନ ବାଲିକୁ ଘର କାମରେ ଲଗାଇ ଦେଇଥିବା ନେଇ ପ୍ରଶାନ୍ତଙ୍କ ବିରୋଧରେ ସୁଦର୍ଶନ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଏଏସ୍ଆଇ ତୋଫାନ ଗୁରୁ ଅନୁସନ୍ଧାନ କରିବା ସହ ଗତକାଲି ଦୁଇ ପକ୍ଷଙ୍କୁ ଥାନାକୁ ଡକାଇଥିଲେ। ଦୁଇ ପକ୍ଷଙ୍କ ମଧ୍ୟରେ ଆପୋସ ବୁଝାମୁଣା ହେବା ପରେ ଏ ନେଇ ଲେଖାପଢା ହୋଇଥିଲା। କିନ୍ତୁ ତୋଫାନ ଫୋନ୍ କରି ପ୍ରଶାନ୍ତଙ୍କୁ ଧମକ ଦେଇଥିଲେ। ୨ ହଜାର ଟଙ୍କା ନ ଦେଲେ ସମାଧାନ କାଗଜପତ୍ରକୁ ଚିରି ସୁଦର୍ଶନଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଦେବାକୁ କହିଥିଲେ। ପ୍ରଶାନ୍ତ ନିଜର ଅକ୍ଷମତା ପ୍ରକାଶ କରିବା ସହ ଦେଢ ହଜାର ଟଙ୍କା ଦେଇପାରିବେ ବୋଲି କହିଥିଲେ। ଏ ସଂକ୍ରାନ୍ତରେ ସେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ତୋଫାନ ଆଜି ସନ୍ଧ୍ୟା ୬ଟାରେ ପ୍ରଶାନ୍ତଙ୍କଠାରୁ ଲାଞ୍ଚ ନେଇ ବାଇକ୍ ଧରି ଥାନାରୁ ପଳାଉଥିବା ସମୟରେ ଭିଜିଲାନ୍ସର ୭ ଜଣିଆ ଟିମ୍ ତାଙ୍କୁ କାବୁ କରି ନେଇଥିଲେ। ଯାଞ୍ଚ କରିବା ପରେ ତାଙ୍କ ନିକଟରୁ ଟଙ୍କା ମିଳି ନ ଥିଲା। ପଚରାଉଚରା ପରେ ସେ ଉକ୍ତ ଲାଞ୍ଚ ଟଙ୍କାକୁ ରେଷ୍ଟ ରୁମରେ ଥିବା ତାଙ୍କ ବ୍ୟାଗରେ ରଖିଥିବା କହିଥିଲେ। ସେଠାରୁ ଟଙ୍କା ଜବତ କରା ଯାଇଥିଲା।

୫ ବର୍ଷରେ ଧଉଳି ଥାନାର ୩
୫ ବର୍ଷରେ ଧଉଳି ଥାନାର ୩ ଜଣ ଅଫିସର ଧରାପଡ଼ିଲେଣି। ଜଣେ ଅଭିଯୁକ୍ତକୁ ଏକ ମାମଲାରେ ଗିରଫ ନ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ୨୦୧୫ ମେ ୨୧ ତାରିଖରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ଧଉଳି ଥାନାର ତତ୍କାଳୀନ ଆଇଆଇସି ଦେବୀ ପ୍ରସାଦ ଦାସ। ଦେବୀପ୍ରସାଦ ଏବେ କ୍ରାଇମବ୍ରାଞ୍ଚରେ ଥିବା ବେଳେ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି। ୨୦୧୯ ଫେବ୍ରୁଆରୀ ୧୧ ତାରିଖରେ ଲାଞ୍ଚ ମାମଲାରେ ସବଇନ୍ସପେକ୍ଟର ପ୍ରଦୀପ ମହଲାଙ୍କୁ ଗିରଫ କରିଥିବା ଭିଜିଲାନ୍ସ। ଏକ ମାମଲା ରଫାଦଫା କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା। ଇନ୍ସପେକ୍ଟର, ସବ୍ଇନ୍ସପେକ୍ଟରଙ୍କ ପରେ ଏବେ ଏଏସ୍ଆଇ ତୋଫାନ ଗୁରୁ ଧରାପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe