ଏଏସ୍‌ଆଇ ଅସ୍ଥାୟୀ କର୍ମଚାରୀଙ୍କ ବିକ୍ଷୋଭ

Advertisment
ଏଏସ୍‌ଆଇ ଅସ୍ଥାୟୀ କର୍ମଚାରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ(ଏଏସ୍‌ଆଇ) ରେ ଏନ୍‌ଏମ୍‌ଆର କର୍ମଚାରୀମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଭୁବନେଶ୍ବର ଏଏସ୍ଆଇ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିବା ସହ ଫାଟକ ବନ୍ଦ କରିଦେବାରୁ କର୍ମଚାରୀମାନେ ଭିତରକୁ ପଶି ପାରିନଥିଲେ। ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ଲିଙ୍ଗରାଜ ଥାନା ପୁଲିସ ପହଞ୍ଚିଥିଲା। ଏଏସ୍‌ଆଇ କର୍ତ୍ତୃପକ୍ଷ ଓ ଏନ୍‌ଏମ୍‌ଆର କର୍ମଚାରୀ ପ୍ରତିନିଧିଙ୍କ ସହ ଆଲୋଚନା କରିବା ପାଇଁ ପୁଲିସ ପ୍ରତିଶ୍ରୁତି ଦେବା ପରେ ସେମାନେ କର୍ମଚାରୀଙ୍କୁ ବାଟ ଛାଡ଼ିଥିଲେ। ୧୫ରୁ ଊର୍ଦ୍ଧ୍ବ କର୍ମଚାରୀ କାର୍ଯ୍ୟାଳୟ ପଶି ନପାରି ସାଢ଼େ ୯ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଛିଡ଼ା ହୋଇ ରହିଥିଲେ। ତେବେ ଏହି ଆନ୍ଦୋଳନକାରୀ ଫାଟକ ଖୋଲିଥିଲେ ମଧ୍ୟ ଫାଟକ କଡ଼ରେ ଧାରଣା ଜାରି ରଖିଛନ୍ତି। ଭୁବନେଶ୍ବରର ୫୦ଜଣ ଠିକା କର୍ମଚାରୀ କାମ କରୁଥିବା ବେଳେ ସାରା ଓଡ଼ିଶାରେ ୧୬୦ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେମାନେ ୧୫ରୁ ୨୦ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ବିନା କରଣରେ ସେମାନଙ୍କୁ କାମରୁ ବିଦା କରି ଦିଆଯାଇଛି। ଗତ ୧୦ ତାରିଖରୁ କର୍ମଚାରୀମାନେ ଧାରଣାରେ ବସିଛନ୍ତି। ଦାବି ମୁତାବକ ଦୀର୍ଘ ୧୫ ବର୍ଷ ହେଲା କର୍ମଚାରୀମାନେ କାମ କରୁଥିବାରୁ ମେସାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ, ଠିକାଦାର କାମ ବନ୍ଦ, ୧୦ ବର୍ଷର ସିଏଜି ଅଡିଟି କରାଯାଉ, ଓଡ଼ିଶାରେ ଥିବା ଏଏସ୍ଆଇ ଅଧିକାରୀଙ୍କ ସ୍ଥାୟୀ ନିଯୁକ୍ତି କରିବା ଓ ୩ବର୍ଷ ପରେ ସବୁ ଅଧିକାରୀଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଯାଉ। ତେବେ ଏହି ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ପ୍ରତିବାଦ ଚାଲୁ ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। କର୍ମଚାରୀ ସଭାପତି ସୁବାସ ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇଷ୍ଟ୍ ଜୋନ୍‌ର ଆଡିସିନାଲ ସେକ୍ରେଟାରି ନିରଞ୍ଜନ ଖିତ୍ରିଆ, ଓଡ଼ିଶା ଇନ୍‌ଚାର୍ଜ ଦିଲ୍ଲୀପ ପ୍ରଧାନ, କୋଣାର୍କ ଉପମଣ୍ଡଳ ସଭାପତି ବିଶ୍ବଜିତ ନାୟକ, ସମ୍ପାଦକ ବ୍ରହ୍ମାନନ୍ଦ ସାହୁ, ଭୁବନେଶ୍ବର ଉପମଣ୍ଡଳ ସଭାପତି ସନ୍ତୋଷ ପ୍ରଧାନ, ମନୋଜ ନାୟକ, ପ୍ରଶାନ୍ତ ସ୍ବାଇଁ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe