ଭୁବନେଶ୍ବର : ସାଧାରଣ ଲୋକଙ୍କୁ ସ୍ବାସ୍ଥ୍ୟ ଭିତ୍ତିକ ପରୀକ୍ଷା ସେବା ସହଜ ଓ ସର୍ବତ୍ର ଉପଲବ୍ଧ କରାଇବା ଉଦ୍ଦେଶ୍ୟ ନେଇ ‘ୱେଲ୍ନେସ୍ ରିଡିଫାଇନ୍ଡ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍’ ପକ୍ଷରୁ ‘Ask4Test’ ନାମରେ ଏକ ମୋବାଇଲ୍ ଆପ୍ର ଶୁଭାରମ୍ଭ ହୋଇଛି। ସ୍ବାସ୍ଥ୍ୟ ସେବା ଯେପରି କାହା ନିକଟରେ ବି ଅପହଞ୍ଚ ନ ରୁହେ, ସେ ଉଦ୍ଦେଶ୍ୟ ନେଇ ଏହି ଆପ୍ ଆରମ୍ଭ ହୋଇଥିବା ଉକ୍ତ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଆଜି କେୟାର ହସ୍ପିଟାଲ୍ ପରିସରରେ ସଂଗଠନ ପକ୍ଷରୁ ସ୍ବାସ୍ଥ୍ୟଭିତ୍ତିକ ଉପକରଣର ଏକ ବାଣିଜ୍ୟିକ ଷ୍ଟୋର୍ ଖୋଲାଯାଇଛି। ରୋଗୀମାନଙ୍କୁ ଉକ୍ତ ସ୍ଥାନରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ଉପକରଣ ରହାତି ମୂଲ୍ୟରେ, ଭଡ଼ା ସୂତ୍ରରେ ଏବଂ ଅଭାବୀ ରୋଗୀମାନଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି ଏହି ନିଆରା ଅଭିଯାନର ମୁଖ୍ୟ ସୁନିତା ମହାନ୍ତି କହିଛନ୍ତି। ଆର୍ଯ୍ୟଭଟ୍ଟ ଓମେନ୍ ଅଫ୍ ସବ୍ଷ୍ଟାନ୍ସ ସମ୍ମାନରେ ସମ୍ମାନିତ ହୋଇଥିବା ଶ୍ରୀମତୀ ମହାନ୍ତି କହିଛନ୍ତି ଯେ ଏହା ଆରମ୍ଭ ମାତ୍ର। ବିଶେଷକରି ଅନୁନ୍ନତ ଓ ଅବହେଳିତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ସମଗ୍ର ଓଡ଼ିଶାରେ ୧୦୦ଟି ଷ୍ଟୋର୍ ସ୍ଥାପନ କରିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।
ସ୍ବାସ୍ଥ୍ୟ ସେବା ପାଇଁ ‘ଆସ୍କ ଫର୍ ଟେଷ୍ଟ୍’ ଆପ୍ର ଶୁଭାରମ୍ଭ
Advertisment
Follow Us