ଭୁବନେଶ୍ବର: ତମାଣ୍ଡୋ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ପୋକ୍ସୋ କୋର୍ଟର ଆଡ୍ହକ୍ ଆଡିସିନାଲ୍ ସେସନ୍ସ ଜଜ୍ ସରୋଜ କୁମାର ସାହୁ ମାମଲାର ବିଚାର କରି ଆସାମୀ ରବୀନ୍ଦ୍ର ବେହେରା ଓରଫ ରବିକୁ ୨୦ବର୍ଷ ଜେଲ୍ଦଣ୍ଡ ସହ ୫ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ, ଅଧିକ ୩ମାସ ଜେଲ୍ଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ ରହିଛି।
ସୂଚନା ମୁତାବକ, ଗତ ୨୦୨୧ ମସିହା ଫେବ୍ରୁଆରି ୨୫ ତାରିଖ ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ନାବାଳିକା ଓ ତାଙ୍କ ୨ଭାଇ ଘରେ ଖେଳୁଥିବା ବେଳେ ସୁଯୋଗ ପାଇ ରବି ଘର ଭିତରେ ପଶିଥିଲା। ନାବାଳିକାଙ୍କ ମା’ ଘରେ ନଥିବା ଦେଖି ତାଙ୍କୁ ଅସଦାଚରଣ କରିଥିଲା। ନାବାଳିକା ଜଣଙ୍କ ବିରୋଧ କରିବା ସହ ପାଟିକରି ଡାକିଥିଲେ। ପାଟିଶୁଣି ନାବାଳିକାଙ୍କ ମା’ ଘର ଭିତରକୁ ପଶିବା ବେଳେ ରବି ତାଙ୍କ ଝିଅ ସହ ଅସଦାଚରଣ କରୁଥିବା ଦେଖି ତାକୁ ଧରି ପାଟିକରି ପଡ଼ୋଶୀଙ୍କୁ ଡାକିଥିଲେ। ମାତ୍ର ରବି ମହିଳାଙ୍କୁ ଧକ୍କା ପକାଇ ସେଠାରୁ ଖସି ପଳାଇବା ଲାଗି ଉଦ୍ୟମ କରିଥିଲା। ହେଲେ ପଡ଼େଶୀମାନେ ତାକୁ କାବୁ କରିନେଇଥିଲେ। ଏନେଇ ମହିଳା ଜଣଙ୍କ ତମାଣ୍ଡୋ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରିବା ସହ ରବିକୁ କୋର୍ଟଚାଲାଣ କରିଥିଲା। ଆଜି କୋର୍ଟ ୯ଜଣ ସାକ୍ଷୀ ଓ ୫୫ଟି ଦସ୍ତାବିଜ୍ ଆଧାରରେ ରବିକୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ପୀଡିତାଙ୍କୁ କ୍ଷତିପୂରଣ ବାବଦକୁ ୪ଲକ୍ଷ ଟଙ୍କା ଯୋଗାଇ ଦେବାପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us