Image Courtesy of The Quint
ଭୁବନେଶ୍ବର: ସେକେଣ୍ଡ୍ ହ୍ୟାଣ୍ଡ ଗାଡ଼ି ବିକାକୁ କେନ୍ଦ୍ର କରି କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗରେ ପୁଲିସ ମାଲିକ ସମେତ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଓଡ଼ିଶା ମୋଟର୍ସର ମାଲିକ ସୁଶାନ୍ତ କୁମାର ରଥ(୩୬), ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ବିଶ୍ବଜିତ୍ ରାଉତ ଓରଫ ବିଶୁ(୨୪), ପୁରୀ ଡ଼େଲାଙ୍ଗ ଅଞ୍ଚଳର ସୂର୍ଯ୍ୟକାନ୍ତ ସ୍ବାଇଁ(୩୨) ଏବଂ ନିମାପଡ଼ା ଅଞ୍ଚଳର କୃଷ୍ଣଚନ୍ଦ୍ର ନାୟକ ଓରଫ ବୁନା(୩୬)। ପୁଲିସ ସେମାନଙ୍କଠାରୁ ୨୭ହଜାର ଟଙ୍କା ଜବତ କରିଛି। ସୂଚନା ମୁତାବକ, ବାଲେଶ୍ବର, ଖଇରା ଅଞ୍ଚଳର ଶ୍ରୀକାନ୍ତ ସେଠୀ ନିଜ ବଲେରୋ ବିକ୍ରି ପାଇଁ ଓଡ଼ିଶା ମୋଟର୍ସର ମ୍ୟାନେଜର ବିଶ୍ବଜିତଙ୍କ ସହ ଯୋଗାଯୋଗ କରିଥିଲେ।
ପରେ ସେ ଗାଡ଼ି ଧରି ସେଠାକୁ ଆସିଥିଲେ ଓ ସେହିଠାରେ କାମ ମଧ୍ୟ କରିଥିଲେ। କିନ୍ତୁ କିଛି ଦିନ ପରେ ବଲେରୋର ଦାମ୍କୁ ନେଇ ବିବାଦ ଦେଖାଦେବାରୁ ଗୁରୁବାର ବିଳମ୍ବିତ ରାତିରେ ସୁଶାନ୍ତ, ବିଶ୍ବଜିତ ଏବଂ ଅନ୍ୟ ଅଭିଯୁକ୍ତମାନେ କେଶୁରାସ୍ଥିତ ଓଡ଼ିଶା ମୋଟର୍ସର ନିକଟରେ ଶ୍ରୀକାନ୍ତଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।
Follow Us