ଚାଷୀ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା

ଭୁବନେଶ୍ୱର : ସୌମ୍ୟରଂଜନ ପଟ୍ଟନାୟକ ରାଜ୍ୟସଭା ସାଂସଦ ଥିବା ସମୟରେ ସାଂସଦ ଭାବେ ଦରମା ବାବଦ ସମସ୍ତ ପ୍ରାପ୍ୟ ଚାଷୀ ପରିବାରର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଦେବାକୁ ଘୋଷଣା କରିଥିଲେ। ଘେଷଣା ମୁତାବକ +୨ କଳା ଓ ବାଣିଜ୍ୟ ଚାମ୍ପିୟନ୍‌ସ ମଞ୍ଚରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରୁ ବଛା ଯାଇଥିବା ଚାଷୀ ପରିବାରର ୩୦ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହାୟତା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷ ହେବା ପରେ ସହାୟତା ପ୍ରାପ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ନେଇ ଏକ ସ୍ବତନ୍ତ୍ର ବୈଠକ କରିଥିଲେ ଶ୍ରୀ ପଟ୍ଟନାୟକ। ଏହି ଅବସରରେ ଅଭିଭାବକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଛାତ୍ରଛାତ୍ରୀମାନେ କିଭଳି ଆଗକୁ ବଢ଼ିବେ ସେନେଇ ଆଲୋଚନା ହୋଇଥିଲା। ‘ସମ୍ବାଦ ଆମ ଓଡ଼ିଶା ଚାରିଟେବଲ୍‌ ଟ୍ରଷ୍ଟ୍‌’ର ସଚିବ ସ୍ବରାଜ ମିଶ୍ର ଉକ୍ତ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe