ଭୁବନେଶ୍ୱର : କୃଷି ବିପଣନ ସହକାରୀ ନିର୍ଦେଶକ ଗିରଫ

Advertisment

ଡ୍ରାଇଭରଙ୍କଠାରୁ ନେଉଥିଲେ ଲାଞ୍ଚ, ୧୦ ହଜାର ଟଙ୍କା ଜବତ, ଘର, ଅଫିସରେ ଚଢ଼ଉ

ଡ୍ରାଇଭରଙ୍କଠାରୁ ନେଉଥିଲେ ଲାଞ୍ଚ, ୧୦ ହଜାର ଟଙ୍କା ଜବତ, ଘର, ଅଫିସରେ ଚଢ଼ଉ

ପଞ୍ଝା ମେଲାଇଲା ଭିଜିଲାନ୍ସ : ନୋଟିସ୍‌ ପାଇଥିବା ଅଧିକାରୀଙ୍କୁ ଆଜିଠୁ ପଚରାଉଚରା

ଭୁବନେଶ୍ୱର : ଡ୍ରାଇଭରଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୃଷି ବିପଣନ ନିର୍ଦେଶକଙ୍କ କାର୍ଯ୍ୟାଳୟର ରିସୋର୍ସ ଆସିଷ୍ଟାଣ୍ଟ, ଡିଡିଓ ତଥା ସହକାରୀ ନିର୍ଦେଶକ ଦାୟିତ୍ବରେ ଥିବା ବିଜୟ କୁମାର ଦାଶ। ବିଜୟଙ୍କ ଠାରୁ ୧୦ ହଜାର ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏହାପରେ ରେଣ୍ଟାଲ କଲୋନିରେ ଥିବା ଭଡ଼ା ଘର, ବାୟାବାବା ଲେନରେ ଏକ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍, ବରମୁଣ୍ଡାରେ ଥିବା ଅଫିସରେ ଚଢ଼ଉ ଜାରି ରଖିଛି ଭିଜିଲାନ୍ସ।

ଭିଜିଲାନ୍ସ ସୂଚନା ଅନୁସାରେ, ସେହି କାର୍ଯ୍ୟାଳୟର ଡ୍ରାଇଭର ଧୀରେନ୍ଦ୍ର ମଲ୍ଲିକ ଆରସିପି (ପଦୋନ୍ନତି ବିପକ୍ଷରେ ପାଇବାକୁ ଥିବା ଦରମା) ପାଇବାର ଥିଲା। ଏ ବାବଦରେ ଧୀରେନ୍ଦ୍ର ପ୍ରାୟ ଦେଢ଼ ଲକ୍ଷ ଟଙ୍କା ପାଇଥାନ୍ତେ। ସେହିପରି ବକେୟା ଭତ୍ତା ବାବଦରେ ୨୫ ହଜାର ଟଙ୍କା ମିଳିବାର ଥିଲା। ବିଲ୍ ପାସ କରାଇବା ଲାଗି ବିଜୟ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସଂକ୍ରାନ୍ତରେ ଧୀରେନ୍ଦ୍ର ଭିଜିଲାନ୍ସ ସେଲରେ ଅଭିଯୋଗ କରିଥିଲେ। ଆଜି ସନ୍ଧ୍ୟାରେ କାର୍ଯ୍ୟାଳୟରେ ବିଜୟ ଏହି ଲାଞ୍ଚ ଟଙ୍କା ଧୀରେନ୍ଦ୍ରଙ୍କ ଠାରୁ ନେଉଥିବା ବେଳେ ପୂର୍ବରୁ ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍ ଧରିଥିଲା। ବିଜୟଙ୍କଠାରୁ ଜବତ ଟଙ୍କା, ତାଙ୍କା ହାତ ଓ ପକେଟରୁ କେମିକାଲ ପ୍ରତିକ୍ରିୟା ପଜିଟିଭ୍ ବାହାରିଛି। ଚଢ଼ଉ ଜାରି ରହିଥିବାରୁ ଭିଜିଲାନ୍ସ ଅଧିକ ତଥ୍ୟ ଦେବାକୁ ମନା କରି ଦେଇଛି। ଏ ସଂକ୍ରାନ୍ତରେ ଭିଜିଲାନ୍ସ ସେଲରେ ମାମଲା ରୁଜୁ ହୋଇଛି। ଆସନ୍ତାକାଲି ତାଙ୍କୁ କୋର୍ଟଚାଲାଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe