ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାଜେଲ୍ ଗଲେ ସହକାରୀ ଯନ୍ତ୍ରୀ

Advertisment
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାଜେଲ୍ ଗଲେ ସହକାରୀ ଯନ୍ତ୍ରୀ

ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ପୂର୍ତ୍ତ ବିଭାଗ ଡିଭିଜନ୍-୫ର ସହକାରୀ ଯନ୍ତ୍ରୀ ଶାରଦା ପ୍ରସାଦ ଗୌଡ଼ ଜେଲ୍ ଯାଇଛନ୍ତି। ଆଜି କୋର୍ଟଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ଗତ ୨୧ ତାରିଖ‌ରେ ଭିଜିଲାନ୍ସ ଶ୍ରୀ ଗୌଡ଼ଙ୍କ ଭୁବନେଶ୍ବରରେ ଥିବା ଘର, ଗଞ୍ଜାମର ବିଭିନ୍ନ ସ୍ଥାନରେ ଥିବା ତାଙ୍କ ସଂପତ୍ତି ଉପରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ୧କୋଟି ୫୫ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା। ସେଥିରୁ ୧କୋଟି ୧୩ଲକ୍ଷ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ବୋଲି ଭିଜିଲାନ୍ସ ଆକଳନ କରିଥିଲା। ତାଙ୍କର ଭୁବନେଶ୍ବରରେ ତିନି ମହଲା କୋଠା, ବ୍ରହ୍ମପୁରରେ ଗୋଟିଏ ଫ୍ଲାଟ୍, ଗଞ୍ଜାମର ଏକାଧିକ ସ୍ଥାନରେ ୧୯ଟି ପ୍ଲଟ୍, ବ୍ୟାଙ୍କ ଜମା, କାର, ସୁନା ଅଳଙ୍କାର ଆଦି ଠାବ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe