ବିବାହ ବାହାନାରେ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

Advertisment
ନାବାଳିକାଙ୍କୁ ପ୍ରେମ ଓ ପ୍ରତାରଣା, ଯୁବକ ଗିରଫ

Image Courtesy of India Today

ଚନ୍ଦ୍ରଶେଖରପୁର: ବିବାହ ବାହାନାରେ ଜଣେ ଆଦିବାସୀ ଯୁବତୀଙ୍କୁ ଫସାଇ ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା କନ୍ଧମାଳର ରାଜ୍ ଦିଗାଲ(୨୭)। ପ୍ରାୟ ୩ ମାସ ହେଲା ପୁଲିସକୁ ଚକ୍‌ମା ଦେଖା‌ଇ ଫେରାର୍ ଥିବା ରାଜନ୍‌କୁ ଆଜି କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ ନୀଳାଦ୍ରିବିହାର ଅଞ୍ଚଳର ଏକ ବସ୍ତିରେ ରହି ଏକ ନିର୍ମାଣାଧୀନ କୋଠାରେ ରାଜନ୍ କାମ କରୁଥିଲା। ସେଠାରେ ଆଦିବାସୀ ଯୁବତୀ ଜଣକ ମଧ୍ୟ କାମ କରୁଥିଲେ। କାମ କରିବା ଭିତରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ରାଜନ୍‌ ଉକ୍ତ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା। ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇ କନ୍ଧମାଳ ଟିକାବାଲି ଅଞ୍ଚଳରେ ଥିବା ନିଜ ଗାଁକୁ ନେଇଥିଲା। ବିଭିନ୍ନ ବାହାନା କରି ବିବାହ ଦିନ ଗଡ଼ାଇ ଚାଲିଲା ଓ ଶାରୀରିକ ସମ୍ପର୍କ ରଖିଲା। ପ୍ରାୟ ୨୦ ଦିନ ବିତିବା ପରେ ବି ରାଜନ୍ ବିବାହ ଗଡ଼ାଇ ଚାଲିଲା। ତେଣୁ ଯୁବତୀଙ୍କର ସନ୍ଦେହ ହୋଇଥିଲା ଓ ସେ ଲୁଚି କରି ସେଠାରୁ ଭୁବନେଶ୍ବର ଫେରି ଆସି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ସେହିଦିନଠାରୁ ରାଜନ୍ ଫେରାର୍ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe