ଅଷ୍ଟପ୍ରହର ନାମଯଜ୍ଞ ଉଦ୍‌ଯାପିତ

Advertisment
ଅଷ୍ଟପ୍ରହର ନାମଯଜ୍ଞ ଉଦ୍‌ଯାପିତ

ଭୁବନେଶ୍ୱର: ସହିଦ ଲକ୍ଷ୍ମଣ ନାୟକ ବେହେରା ବସ୍ତିରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ଦିନ ନାମ ସଂକୀର୍ତନ ଆଦି ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଭଜନ କୀର୍ତନରେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସଭାପତି ବିଭୂତି ଭୂଷଣ ସାହୁ, ସମ୍ପାଦକ ପ୍ରକାଶ କୁମାର ସେଠୀଙ୍କ ସମେତ ମନୋରଞ୍ଜନ ଦାସ, ବିଜୟ ଦାସ, ସୁରେନ୍ଦ୍ର ରାଉତ, କ୍ଷୀରୋଦ କୁମାର ବାଲ୍‌, ଗୋପାଳ କାଠୁଆଙ୍କ ତତ୍ତ୍ୱାବଧାନରେ ଏହି ଅଷ୍ଟପ୍ରହର ନାମଯଜ୍ଞ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe