ଆସ୍ଥା ସ୍କୁଲ ଅଫ୍‌ ମ୍ୟାନେଜ୍‌ମେଣ୍ଟରେ ‘ୟୁଗ୍ମ’

Advertisment
ଆସ୍ଥା ସ୍କୁଲ ଅଫ୍‌ ମ୍ୟାନେଜ୍‌ମେଣ୍ଟରେ ‘ୟୁଗ୍ମ’

ଭୁବନେଶ୍ୱର: ଆସ୍ଥା ସ୍କୁଲ ଅଫ୍‌ ମ୍ୟାନେଜ୍‌ମେଣ୍ଟ ପକ୍ଷରୁ ଜାତୀୟସ୍ତରୀୟ ବାଗ୍ମୀତା ପ୍ରତିଯୋଗିତା ‘ୟୁଗ୍ମ’ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜ୍ୟ ଓ ବାହାର ରାଜ୍ୟର ଶତାଧିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଉଦ୍‌ଘାଟନୀ ଦିବସରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟଅତିଥି, ଶିକ୍ଷାବିତ୍‌ ଭାଗବତ ପ୍ରସାଦ ମହାନ୍ତି, କ୍ୟାପଟେନ୍‌ କେ.ଏସ୍‌.ଭି. ସୁବ୍ରମନିୟନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଧ୍ୟାତ୍ମିକ ଚିନ୍ତାଧାରରେ ବ୍ରତୀ ହେବା ପାଇଁ ଏଭଳି ପ୍ରତିଯୋଗିତାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଦ୍ୱିତୀୟ ଦିବସରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଈଶାନ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଅଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିୟୁ ଲାଇଫ୍‌ ଏଜୁକେସନ ଟ୍ରଷ୍ଟର ସମ୍ପାଦକ ପ୍ରସାଦ ତ୍ରିପାଠୀ, ଲଲାଟେନ୍ଦୁ ସାମନ୍ତ, ଜୁରୀ ସଦସ୍ୟ ଭାଗିରଥୀ ମହାପାତ୍ର, ପ୍ରଫେସର ଜୟକୃଷ୍ଣ ମହନ୍ତ, ଜନ୍ମେଜୟ ଦ୍ୱିବେଦୀ, ଜୟଶ୍ରୀ ସ୍ୱାଇଁ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ଭୁବନେଶ୍ୱରସ୍ଥିତ ଡିଏଭି ସ୍କୁଲ୍‌ ଅଫ୍‌ ବିଜନେସ୍‌ ମ୍ୟାନେଜ୍‌ମେଣ୍ଟର ବଂଶୀତା ମହାନ୍ତି ପ୍ରଥମ, ବାରିପଦା ସରକାରୀ ମହିଳା କଲେଜର ସୁକନ୍ୟା ଦେ ଦ୍ୱିତୀୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ନସରିନ୍‌ ପରଭିନ୍‌ ତୃତୀୟ ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ପଞ୍ଚମୁଖୀ ଏଜୁକେସନାଲ ଏବଂ ଚାରିଟେବଲ୍‌ ଟ୍ରଷ୍ଟର ଚେୟାରମ୍ୟାନ୍‌ ବିଜୟ କୁମାର ପାତ୍ର, ସମ୍ପାଦକ ଇଂ. ବଙ୍କିମ ମହାନ୍ତି ପ୍ରତିଯୋଗିତା ସମ୍ପର୍କରେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe