ଅଟଳ ଟିଙ୍କରିଂ ଲ୍ୟାବ୍ ଉଦ୍‌ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ: ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ମନୋବୃତ୍ତି ବଢ଼ିବ

Advertisment
ଅଟଳ ଟିଙ୍କରିଂ ଲ୍ୟାବ୍ ଉଦ୍‌ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ: ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ମନୋବୃତ୍ତି ବଢ଼ିବ

ଭୁବନେଶ୍ବର: ଭାରତ ସରକାରଙ୍କ ନୀତି ଆୟୋଗ ଅନ୍ତର୍ଗତ ଅଟଳ ଟିଙ୍କରିଂ ଲ୍ୟାବ୍ ୟୁନିଟ-୩ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଉଦ୍‌ଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ଶିକ୍ଷା, ଉଦ୍ୟମିତା ଓ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ବିଦ୍ୟ‌ାଳୟ ପରିସରରେ ଲ୍ୟାବ୍‌ର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଅଟଳ ଟିଙ୍କରିଂ ଲ୍ୟାବ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି ବଢ଼ାଇବ। ଏହାସହ ସେ ଛାତ୍ରଛାତ୍ରୀମାନଙ୍କୁ ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଡ. ଏପିଜେ ଅବଦୁଲ କଲାମଙ୍କ ଉଦାହରଣ ଦେଇ ତାଙ୍କ ଭଳି ସ୍ୱପ୍ନ ଦେଖିବାକୁ ପରାମର୍ଶ ଦେଇଥିଲେ। ସମଗ୍ର ଶିକ୍ଷା ଅଭିଯାନରେ ଆଗାମୀ ୫ ବର୍ଷ ପାଇଁ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବାର ଯୋଜନା ରହିଛି।

ବିଦ୍ୟାଳୟମାନଙ୍କରେ ବୈଜ୍ଞାନିକ ପଦ୍ଧତିରେ ଶିକ୍ଷାଦାନ ପାଇଁ ଭର୍ଚୁଆଲ ଲାବରୋଟା‌ରିର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ। ଏହି ଉତ୍ସବରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ କହିଥିଲେ ଯେ ଏହି ଲ୍ୟାବ୍ ଦ୍ବାରା ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ ବିକାଶ ହେବା ସହ ପିଲାମାନଙ୍କ ଗବ‌େଷଣା ପ୍ରତି ଅଧିକ ଆଗ୍ରହ ବଢ଼ିପାରିବ। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପୂର୍ବକ୍ଷେତ୍ର କାର୍ଯ୍ୟବାହ ଗୋପାଳ ପ୍ରସାଦ ମହାପାତ୍ର ବିଦ୍ୟାଳୟର ଉତ୍ତ‌‌ରୋତ୍ତର କାମନା କରିଥିଲେ। ଶେଷରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲକ୍ଷ୍ମୀନାରାୟଣ ରଥ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଶିଶୁମନ୍ଦିର ଛାତ୍ରଛାତ୍ରୀ, ଗୁରୁଜୀ, ଗୁରୁମା, ସେବକ, ସେବିକା ଓ ପରିଚାଳନା କମିଟିର ସଂପାଦକ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe