ଲୋକାର୍ପିତ ହେଲା ‘ଅତର’

Advertisment
ଲୋକାର୍ପିତ ହେଲା ‘ଅତର’

ଭୁବନେଶ୍ବର: କବି ଅଜୟ ସ୍ୱାଇଁଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କ ରଚିତ କବିତା ପୁସ୍ତକ ‘ଅତର’ ବୁଦ୍ଧମନ୍ଦିରରେ ଲୋକାର୍ପିତ ହୋଇଛି। ପକ୍ଷୀଘର ପ୍ରକାଶନୀ ସଂସ୍ଥା ଓ ଅଜୟ ଉତ୍ସବ ଟ୍ରଷ୍ଟ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି କବି ହରପ୍ରସାଦ ଦାସ କହିଲେ, ପହିଲି ବର୍ଷାରେ ମାଟିର ବାସ୍ନା ଯେମିତି ସୁଗନ୍ଧିତ, ଏହି କବିତା ପୁସ୍ତକ ‘ଅତର’ ମଧ୍ୟ ଠିକ୍‌ ସେମିତି ଆଘ୍ରାଣୀୟ। ବିଶିଷ୍ଟ ଅତିଥି କାଦମ୍ବିନୀର ସମ୍ପାଦିକା ଇତିରାଣୀ ସାମନ୍ତ କହିଲେ ଆମ ସମୟର ଅନ୍ୟତମ ଶକ୍ତିଶାଳୀ ଲେଖକ ଶ୍ରୀ ସ୍ୱାଇଁଙ୍କ କବିତା ଅନନ୍ତ ଆକାଶର ମୋହ ଓ ମାଟିର ବାସ୍ନାକୁ ଧରି ରଖିବାରେ ବେଶ୍‌ ସକ୍ଷମ ‌ହୁଏ।

ପ୍ରକାଶନୀ ସଂସ୍ଥାର ପ୍ରକାଶକ ବନୋଜ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସନ୍ତୋଷ ତ୍ରିପାଠୀ, ରଜନୀ ରଞ୍ଜନ, କବି ଶକ୍ତି ମହାନ୍ତି, ଅଭିରାମ ଦାସ, ଗାଳ୍ପିକ ସୁମନ ନାୟକ, ପ୍ରିୟରଂଜନ, କବି ବାଦଲ ମହାନ୍ତି ପ୍ରମୁଖ କବି ଶ୍ରୀ ସ୍ୱାଇଁ ଓ କବିତା ପୁସ୍ତକ ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବିଶ୍ୱରଂଜନ, କବି କେଦାର ମିଶ୍ର, ରବି ନାରାୟଣ ପଣ୍ଡା, ସିନେ ସମୀକ୍ଷକ ଦିଲ୍ଲୀପ ହାଲି, ମାଧବ ବେହୁରା ପ୍ରମୁଖ ଉପସ୍ଥିତ ଥିଲେ। ଟ୍ରଷ୍ଟର ସଭାପତି ଅଶୋକ ପୁହାଣ ସ୍ୱାଗତ ଭାଷଣ ଓ ସାମ୍ବାଦିକ ଦିଲ୍ଲୀପ ବିଶ୍ବାଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe