ଅନ୍ଧାରରେ ଏଟିଏମ୍ କାଉଣ୍ଟର, ସିସିଟିଭି ଅଚଳ: ଅଧିକାଂଶରେ ନାହାନ୍ତି ସୁରକ୍ଷାକର୍ମୀ

Advertisment

ସହଜରେ ଓ ସବୁ ସମୟରେ ଲୋକମାନେ ଯେଭଳି ଭାବେ ଟଙ୍କା ଉଠାଣ ଓ ଜମା କରିପାରିବେ ସେଥିପାଇଁ ପ୍ରାୟ ସମସ୍ତ ବ୍ୟାଙ୍କ ପକ୍ଷରୁ ଜଟଣୀ ସହରର ବିଭିନ୍ନ ସ୍ଥାନରେ ଏଟିଏମ୍ କାଉଣ୍ଟର ଖୋଲାଯାଇଛି।

ସହଜରେ ଓ ସବୁ ସମୟରେ ଲୋକମାନେ ଯେଭଳି ଭାବେ ଟଙ୍କା ଉଠାଣ ଓ ଜମା କରିପାରିବେ ସେଥିପାଇଁ ପ୍ରାୟ ସମସ୍ତ ବ୍ୟାଙ୍କ ପକ୍ଷରୁ ଜଟଣୀ ସହରର ବିଭିନ୍ନ ସ୍ଥାନରେ ଏଟିଏମ୍ କାଉଣ୍ଟର ଖୋଲାଯାଇଛି।

fhffhshfsfs

ଜଟଣୀ: ସହଜରେ ଓ ସବୁ ସମୟରେ ଲୋକମାନେ ଯେଭଳି ଭାବେ ଟଙ୍କା ଉଠାଣ ଓ ଜମା କରିପାରିବେ ସେଥିପାଇଁ ପ୍ରାୟ ସମସ୍ତ ବ୍ୟାଙ୍କ ପକ୍ଷରୁ ଜଟଣୀ ସହରର ବିଭିନ୍ନ ସ୍ଥାନରେ ଏଟିଏମ୍ କାଉଣ୍ଟର ଖୋଲାଯାଇଛି। ମାତ୍ର ଅଧିକାଂଶ ଏଟିଏମ୍‌ରେ ସୁରକ୍ଷାକର୍ମୀ ନାହାନ୍ତି। ଦିନ ଦ୍ୱିପ୍ରହର ହେଉ ବା ବିଳମ୍ବିତ ରାତି ବିନା ସୁରକ୍ଷାରେ ଖୋଲା ରହୁଛି ଏଟିଏମ୍‌। ଫଳରେ ଅନେକ ସମୟରେ ଟଙ୍କା ଉଠାଣ ଓ ଜମା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାହକ। ବିଶେଷ କରି ମହିଳା, ବରିଷ୍ଠ ନାଗରିକମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟଙ୍କା ଉଠାଣ ସମୟରେ ଅପରାଧୀମାନେ ସେମାନଙ୍କୁ ଟାର୍ଗେଟ ମଧ୍ୟ କରୁଛନ୍ତି। ତେବେ ଗୋଟିଏ ପଟେ ବ୍ୟାଙ୍କ କର୍ତ୍ତୃପକ୍ଷ ଏଟିଏମ୍‌ ସେବା ଯୋଗାଇ ଦେବା ନାଁରେ ଗ୍ରାହକମାନଙ୍କ ଠାରୁ ବାର୍ଷିକ ଦେୟ ନେଉଥିଲେ ମଧ୍ୟ ଖୋଦ ଜଟଣୀ ସହରରେ ଏଟିଏମ୍‌ ଗୁଡ଼ିକରେ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନାହିଁ। କେତେକ ଏଟିଏମ୍‌ ସଂପୂର୍ଣ୍ଣ ମୁକୁଳା ହୋଇ ପଡ଼ୁଥିବା ବେଳେ ଆଉ କେତେକରେ ସିସିଟିଭି କ୍ୟାମେରା ଅଚଳ ହୋଇପଡ଼ିଛି। 

ଯଦି କୌଣସି ଆପରାଧିକ ଘଟଣା ଘଟେ ତା’ହେଲେ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ପୁଲିସ ପାଇଁ କାଠିକର ପାଠ ହେବ ବୋଲି କୁହାଯାଇଛି। ଜଟଣୀ ପୌରାଞ୍ଚଳରେ ପ୍ରାୟ ୨୫ଟି ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାଉଣ୍ଟର ରହିଛି। ଆଖପାଖ ଅଞ୍ଚଳର ଲୋକଙ୍କ ସମେତ ମାର୍କେଟକୁ ଆସୁଥିବା ଲୋକମାନେ ଏହାକୁ ବ୍ୟବହାର କରୁଛନ୍ତି। କିନ୍ତୁ ଏଟିଏମ୍ ସେବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ସ୍ୱତନ୍ତ୍ର ନିୟମ ରହିଥିବା ବେଳେ କର୍ତ୍ତୃପକ୍ଷ ଏହାର ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ଧର୍ମକୁ ଆଖିଠାର ସଦୃଶ କ୍ୟାମେରା ଲାଗିଛି। ହେଲେ କେଉଁଠି କାମ କରୁଛି ତ ଆଉ କେଉଁଠି ଅଚଳ ଅବସ୍ଥାରେ ବର୍ଷ ବର୍ଷ ହେଲା ପଡ଼ି ରହିଛି। ସେହିପରି କେତେକ ଏଟିଏମ୍‌ରେ ଶୀତତାପ ନିୟନ୍ତ୍ରିତ ମେସିନ୍ (ଏସି) ଅଚଳ ହୋଇ ରହିଛି। ବିଶେଷ କରି ଖରାଦିନେ ଗ୍ରାହକ ଅଧିକ ସମସ୍ୟା ଭୋଗୁଛନ୍ତି। କେତେକ ଏଟିଏମ୍‌ରେ ଲାଇଟ୍ ମଧ୍ୟ ଜଳୁନି। ଯାହାକୁ ନେଇ ସାଧାରଣ ଲୋକେ ଟଙ୍କା କାରବାରରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ଜଣେ ଟଙ୍କା ଉଠାଇବା ବେଳେ ଆଉ ଜଣେ ଭିତରକୁ ପ୍ରବେଶ ନିୟମ ନାହିଁ।

ହେଲେ ଯିଏ ଯେମିତି ପାରିଲା ସେମିତି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ସୁରକ୍ଷାକର୍ମୀ ନଥିବାରୁ ସଂଧ୍ୟା ହେଲେ ଅନେକ ଏଟିଏମ୍‌ରେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଅବାଧରେ ପଶି ଯାଉଛନ୍ତି। ବିଶେଷ କରି ମହିଳା ଗ୍ରାହକମାନେ ଟଙ୍କା କାରବାର ପାଇଁ ଯିବା ବେଳେ ଭୟଭୀତ ହୋଇ ପଡୁଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ଏଟିଏମ୍ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ, ପୁଲିସ, ବିଭିନ୍ନ ବ୍ୟାଙ୍କର ଅଧିକାରୀମାନଙ୍କ ମଧ୍ୟରେ ବୈଠକ ବସୁଛି। ହେଲେ ଏ ଦିଗରେ କୌଣସି ପ୍ରକାର ପଦକ୍ଷେପ ନିଆଯାଉନାହିଁ। ଏନେଇ ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିଆରସିଂ କହିଛନ୍ତି, ଏଟିଏମ୍ ଗୁଡ଼ିକରେ ସୁରକ୍ଷାକର୍ମୀ ନିଯୁକ୍ତି ଦେବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ସୁରକ୍ଷା ଦୃଷ୍ଟିରୁ ରାତି ସମୟରେ ପୁଲିସ ପାଟ୍ରୋଲିଂ କରି ସ୍ଥିତି ତଦାରଖ କରାଯାଉଛି। 

ସୂଚନାଯୋଗ୍ୟ, ୨୦୨୩ ସେପ୍ଟେମ୍ବର ୨୨ ବିଳମ୍ବିତ ରାତିରେ ଜଟଣୀ ରେତଙ୍ଗ କଲୋନି କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍‌କୁ ଗ୍ୟାସ୍ କଟରରେ କାଟି ଦୁର୍ବୃତ୍ତ ୨୩ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ। ୫/୬ ଜଣ ଦୁର୍ବୃତ୍ତ ଏକ କାରରେ ଆସି ଲୁଟ୍ କରିଥିବା ପାଖ ବିଲ୍‌ଡିଂରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା। ବର୍ଷେ ବିତିଥିଲେ ମଧ୍ୟ ଅପରାଧୀମାନଙ୍କ ପାଖରେ ପୁଲିସ ପହଞ୍ଚି ପାରିଲା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe