ଏଟିଏମ୍‌ ଲୁଟ୍‌ ଉଦ୍ୟମ ପଣ୍ଡ, ଲୁଟେରା ଫେରାର୍‌: ସାଇରନ୍‌ ଯୋଗୁଁ ବର୍ତ୍ତିଗଲା ୯ଲକ୍ଷ

Advertisment
ଏଟିଏମ୍‌ ଲୁଟ୍‌ ଉଦ୍ୟମ ପଣ୍ଡ, ଲୁଟେରା ଫେରାର୍‌: ସାଇରନ୍‌ ଯୋଗୁଁ ବର୍ତ୍ତିଗଲା ୯ଲକ୍ଷ

Prameyanews.com

ଭୁବନେଶ୍ବର: ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ପିଏନ୍‌ବି ଏଟିଏମ୍‌ ତାଡ଼ି ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। ଦୁର୍ବତ୍ତ ଏଟିଏମ୍‌ ତାଡ଼ିଥିଲେ ବି ଆଲାରାମ୍‌ ବାଜିବାରୁ ଭୟରେ ଫେରାର୍‌ ହୋଇଯାଇଥିଲା। ଫଳରେ ଏଟିଏମ୍‌ରେ ଥିବା ପ୍ରାୟ ୯ଲକ୍ଷ ଟଙ୍କା ଲୁଟ୍‌ର ବର୍ତ୍ତିଯାଇଛି। ଲୁଟ୍‌ ଉଦ୍ୟମର ସିସିଟିଭି ଫୁଟେଜ୍‌ ପୁଲିସ ହାତରେ ଲାଗିଛି।
ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତି ପାଖାପାଖି ୨ଟା ସମୟରେ ଜଣେ ଯୁବକ ହାତରେ ଏକ ଶାବଳ ଧରି ଏଟିଏମ୍‌ ଭିତରକୁ ପଶିଥିଲା। ସିସିଟିଭି କ୍ୟାମେରାକୁ ବାଡ଼େଇ ଭାଙ୍ଗିବା ପରେ ଏଟିଏମ୍‌କୁ ତାଡ଼ିଥିଲା। ସେହି ସମୟରେ ସାଇରନ୍‌ ବାଜିବା ସହ ଆଲର୍ଟ କଲ୍‌ ପୁଣେ ଯାଇଥିଲା। ପୁଣେର ଅଧିକାରୀ ଘଟଣା ବିଷୟରେ ଜାଣିବା ପରେ ତୁରନ୍ତ ସମ୍ପୃକ୍ତ ବ୍ରାଞ୍ଚକୁ ସୂଚନା ଦେଇଥିଲେ।

ବ୍ୟାଙ୍କ କର୍ମଚାରୀ ପୁଲିସକୁ ଘଟଣା ବିଷୟରେ ଜଣାଇବା ସହ ଏଟିଏମ୍‌ ପାଖରେ ପହଞ୍ଚିଥିଲେ। ପୁଲିସ ଓ ବ୍ୟାଙ୍କ କର୍ମଚାରୀ ଏଟିଏମ୍‌ ପାଖରେ ପହଞ୍ଚିବା ବେଳକୁ ଲୁଟେରା ଫେରାର୍‌ ହୋଇଯାଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜ୍‌ ଆଧାରରେ ଲୁଟେରାକୁ ଧରିବା ପାଇଁ ତନାଘନା ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe