ଭୁବନେଶ୍ୱର: ଟଙ୍କା ଉଠାଇବାକୁ ବ୍ୟାଙ୍କ ଯାଇଥିବା ଜଣେ ଯୁବକଙ୍କୁ ସେହି ବ୍ୟାଙ୍କର ଜଣେ କର୍ମଚାରୀ ମାଡ଼ ମାରିଛନ୍ତି। ଏ ନେଇ ମାଡ଼ ଖାଇଥିବା ଯୁବକ ଜଣକ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନାନୁଯାୟୀ ଆଜି ଦିନ ପ୍ରାୟ ସାଢ଼େ ଦୁଇଟା ସମୟରେ କୁମ୍ଭ ଦିଗାଲ ନାମକ ଜଣେ ଯୁବକ ନୂଆପଲ୍ଲୀ କ୍ରାଉନ ହୋଟେଲ ପାଖରେ ଥିବା ଏକ ବ୍ୟାଙ୍କକୁ ଚେକ୍ ଭଙ୍ଗେଇବା ପାଇଁ ଯାଇଥିଲେ। ସେହି ସମୟରେ ବ୍ୟାଙ୍କର ଅଜୟ ମହାନ୍ତି ନାମକ ଜଣେ କର୍ମଚାରୀ ଫୋନରେ କଥା ହେଉଥିଲେ। କୁମ୍ଭ ତାଙ୍କୁ ଚେକ୍ଟି ଭଙ୍ଗେଇବା ପାଇଁ ଅନୁରୋଧ କରିଥିଲେ। ଏହି ସମୟରେ ସେ ଉତ୍ତ୍ୟକ୍ତ ହୋଇ କୁମ୍ଭଙ୍କୁ ଗାଳି କରିବା ଆରମ୍ଭ କରିଥିଲେ। କୁମ୍ଭ ଏହାକୁ ବିରୋଧ କରିବାରୁ ହଠାତ୍ ସେ ତାଙ୍କୁ ଆକ୍ରମଣ କରିଥିଲେ। ଏ ନେଇ କୁମ୍ଭ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।
ବ୍ୟାଙ୍କ୍ରେ ଯୁବକଙ୍କୁ ଆକ୍ରମଣ
Advertisment
Follow Us