ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ, ଖଣ୍ଡା ଜବତ

Advertisment
ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ, ଖଣ୍ଡା ଜବତ

Image Courtesy of Times of India

ଭୁବନେଶ୍ବର: ଗାଡ଼ି ସାଇଡ୍‌ ମରାକୁ କେନ୍ଦ୍ର କରି ଗତ ଶନିବାର ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଖୋର୍ଦ୍ଧାର ପୁରୁଷୋତ୍ତମ ସାହୁ(୩୨)କୁ କୋର୍ଟ ଚାଲାଣ କରିଛି। ପୁଲିସ ତା’ ନିକଟରୁ ଏକ ଖଣ୍ଡା ଜବତ କରିଛି। ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ସୁଚନାଯୋଗ୍ୟ ଯେ ଘଟଣା ଦିନ ମଳୟ ପୁରୋହିତ ଏକ ଟ୍ରକ୍‌କୁ ଡୁମୁଡୁମା ପାଲା ମଣ୍ଡପ ପର୍ଯ୍ୟନ୍ତ ବାଟ କଢ଼ାଇ ନେଉଥିଲେ। କିଡ୍‌ସ୍ ଛକ ନିକଟରେ ଗାଡ଼ି ସାଇଡ୍‌ କରିବାକୁ କହିବାରୁ ଅଭିଯୁକ୍ତ ପୁରୁଷୋତ୍ତମ ଓ ତାଙ୍କ ସହଯୋଗୀ ରାଗି ଯାଇଥିଲେ। ପୁରୁଷୋତ୍ତମ ହଠାତ୍ ଏକ ଖଣ୍ଡା ବାହାର କରି ମଳୟଙ୍କ ମୁଣ୍ଡକୁ ଚୋଟ ପକାଇଥିଲା। ଏହି ଆକ୍ରମଣରେ ମଳୟ ଗୁରୁତର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe