କର୍ପୋରେଟର ପ୍ରାର୍ଥୀଙ୍କ ସମର୍ଥକଙ୍କ ମାଡ଼ରେ ୨ ଆହତ

ଉପନିର୍ବାଚନ ପୂର୍ବରୁ ମାଷ୍ଟର ଷ୍ଟ୍ରୋକ୍, ୪୮୮ ​କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ 

image source--india ahead

ଭୁବନେଶ୍ବର: ସୋମବାର ରାତିରେ ୟୁନିଟ୍‌- ୬ ଅଞ୍ଚଳରେ ଜଣେ କର୍ପୋରେଟର ପ୍ରାର୍ଥୀଙ୍କ ସମର୍ଥକମାନଙ୍କ ଆକ୍ରମଣ‌ରେ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି। ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଦୁଇ ଯୁବକ ହେଲେ ବାପୁନି ନାୟକ ଓ ଶିବ ପ୍ରସାଦ ମଲ୍ଲିକ। ବାପୁନିଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ତାଙ୍କ ଘର ପାଖରେ ଜଣଙ୍କର ମୃତ୍ୟୁ ହୋଇଥିଲା।

ଶବ ସଂସ୍କାର କରିବାକୁ ଯିବା ପାଇଁ ସେ ଓ ଶିବପ୍ରସାଦ ସେଠାରେ ବସିଥିଲେ। ସେତିକିବେଳେ ଜଣେ କର୍ପୋରେଟର ପ୍ରାର୍ଥୀଙ୍କର ୭/୮ ଜଣ ସମର୍ଥକ ସେଠାରେ ପହଞ୍ଚି କାହିଁକି ବସିଛ ବୋଲି ପଚାରିଥିଲେ। ଜଣେ ପଡ଼ୋଶୀଙ୍କ ମୃତ୍ୟୁ ହୋଇଯାଇଛି ଓ ଶବ ସଂସ୍କାରରେ ସହଯୋଗ କରିବାକୁ ସେମାନେ ଅପେକ୍ଷା କରିଛନ୍ତି ବୋଲି କହିବା ପରେ ବି ସେମାନେ ବୁଝିନଥିଲେ। ପ୍ରତିପକ୍ଷ ପ୍ରାର୍ଥୀଙ୍କ ଟଙ୍କା ବଣ୍ଟା ହେଉଛି ଓ ଟଙ୍କା ନେବା ପାଇଁ ସେଠାରେ ବସିଛ ବୋଲି କହି ସେମାନେ ନିସ୍ତୁକ ମାଡ଼ ମାରିବା ସହ ଘଟଣାସ୍ଥଳରୁ ଚାଲିଯିବା ପାଇଁ ଧମକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe