ଏବିଭିପି କାର୍ଯ୍ୟକର୍ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ, ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ

Advertisment
ଏବିଭିପି କାର୍ଯ୍ୟକର୍ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ, ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ

ଭୁବନେଶ୍ବର: ଏବିଭିପି କର୍ଯ୍ୟକର୍ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ଏବିଭିପି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଦାବି କରିଥିଲେ।

ଏବିଭିପି ପକ୍ଷରୁ କୁହାଯାଇଛି ଯେ, ଦୀର୍ଘଦିନ ହେବ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଧୀନ ପାର୍ବତୀପୁର ଅଞ୍ଚଳ ଗଞ୍ଜେଇ ବେପାରୀଙ୍କ ପେଣ୍ଠସ୍ଥଳୀ ପାଲଟିଥିଲା। ସ୍ଥାନୀୟ ଅଞ୍ଚଳରେ ନିଶା କାରବାର ଚାଲିଥିବା ଜାଣିବା ପରେ ପଠାଣି ସାମନ୍ତ ମହାବିଦ୍ୟାଳୟ କଳା ବିଭାଗର ଛାତ୍ର ଲବ ମହାପାତ୍ର ତାକୁ ବିରୋଧ କରିଥିଲେ। ପ୍ରତିଶୋଧ ପରାୟଣ ହୋଇ ଉଠିଥିବା ଗଞ୍ଜେଇ ବେପାରୀମାନେ ଗତ ବୁଧବାର ଦିନ ଲବଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ମୋ ସରକାରର କଥା କହୁଥିବା ରାଜ୍ୟ ସରକାର ଜଣେ ଛାତ୍ରକୁ ସୁରକ୍ଷା ତ ଦେଇ ପାରିଲେ ନାହିଁ ଦୋଷୀକୁ ଦଣ୍ତ ଦେବା ପାଇଁ ମଧୢ ସକ୍ଷମ ହେଉନାହାନ୍ତି। ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ନିଆଯାଉ ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ରାଜ୍ୟ ସମ୍ପାଦକ ଶଶୀକାନ୍ତ ମିଶ୍ର କହିଛନ୍ତି। ଏହି ବିକ୍ଷୋଭରେ ମହାନଗର ସହ ସମ୍ପାଦକ ସମ୍ବିତ ରାଉତ, ପ୍ରିୟରଞ୍ଜନ ରାଉତ, ସୋମୁ ଦେ, ପ୍ରୀତମ ଦାସ, ସୌଭାଗ୍ୟ ରାଉତ, ରଞ୍ଜିତ ମହାନ୍ତି, ଦେବରାଜ ମାଝୀ, କ୍ଷୀରୋଦ ପଟ୍ଟନାୟକ, ଦେବବ୍ରତ , ପ୍ରିୟଦର୍ଶିନୀ ନାୟକ, ବର୍ଷାରାଣୀ ଦାସ, ପଦ୍ମା ରାଓ, ସ˚ଘମିତ୍ରା ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe