ବିମାନବନ୍ଦରରେ ଅଟୋ ଚାଳକଙ୍କୁ ଆକ୍ରମଣ ଘଟଣା : ଅଭିଯୁକ୍ତକୁ ଗିରଫ ଦାବିରେ ବିକ୍ଷୋଭ

Advertisment
ଓଲା ଓ ଉବରରୁ ହଟିବ ଅଟୋ, ତିନିଦିନ ମଧ୍ୟରେ ହଟାଇବାକୁ ମିଳିଲା ନିର୍ଦ୍ଦେଶ

ପୁରୁଣା ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟ‌ରେ ଆତଙ୍କ ସୃଷ୍ଟି କରୁଥିବା ଜଣେ ଯୁବକଙ୍କୁ ଗିରଫ ଦାବିରେ ଆଜି ସ୍ମାର୍ଟସିଟି ଅନ୍‌ଲାଇନ୍‌ ଅଟୋ ଗ୍ରୁପ୍‌ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନାଅନୁଯାୟୀ, ଗତ ୬ ତାରିଖ ଦିନ ସରୋଜ ରାଉତ ନାମକ ଜଣେ ଅଟୋଚାଳକ ବିମାନବନ୍ଦର ଭିତରକୁ ଅଟୋ ନେଇ ଯାଇଥିବା ବେଳେ ସେଠାରେ ବିଜୁ ନାୟକ ନାମକ ଜଣେ ଯୁବକ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ମୋବାଇଲ୍‌ ଭାଙ୍ଗିଦେବା ସହ ଧମକଚମକ ଦେଇଥିଲା। ଏନେଇ ସରୋଜ ଏୟାରପୋର୍ଟ ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଏକ ମାମଲା ରୁଜୁ କରିଥିଲା। କିନ୍ତୁ ଏହି ଘଟଣାକୁ ୨ ଦିନ ବିତିଯିବା ପରେ ମଧ୍ୟ ପୁଲିସ୍‌ ବିଜୁକୁ ଗିରଫ ନ କରିବାରୁ ଏହାର ପ୍ରତିବାଦରେ ଆଜି ଶତାଧିକ ଅଟୋ ଚାଳକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ କିଛି ସମୟ ପାଇଁ ଅଟୋସେବା ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଥାନାଧିକାରୀ ଉମାକାନ୍ତ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe