ବିଜେଡି ପାର୍ଟି ଅଫିସ୍‌ ଭଙ୍ଗାରୁଜା ଘଟଣା, ଜଣେ ଗିରଫ : ଥାନା ଆଗରେ ବସିଲେ ବିଜେଡି କର୍ମୀ

ବିଜେଡି ପାର୍ଟି ଅଫିସ୍‌ ଭଙ୍ଗାରୁଜା ଘଟଣା, ଜଣେ ଗିରଫ : ଥାନା ଆଗରେ ବସିଲେ ବିଜେଡି କର୍ମୀ

ବାଲିପାଟଣା : ଶୁକ୍ରବାର ବାଲିପାଟଣା ବିଜେଡି ପାର୍ଟି ଅଫିସ୍‌ରେ ଭଙ୍ଗାରୁଜା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଚିରା ଘଟଣାକୁ ନେଇ ବିଜେଡି ନେତା ଓ କର୍ମୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଜି ପୂର୍ବାହ୍ନ ସାଢ଼େ ଏଗାରଟାରେ ବହୁ କର୍ମୀ ବାଲିପାଟଣା ଥାନା ବାରଣ୍ଡାରେ ବସିଥିଲେ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ସେମାନେ ଦାବି କରିଥିଲେ। ପୁଲିସ୍‌ ଜଣକୁ ଗିରଫ କରିଥିବା ନେଇ ଖବର ଆସିବା ପରେ କର୍ମୀମାନେ ଥାନା ବାରଣ୍ଡାରୁ ଉଠିଥିଲେ। ବାଲିପାଟଣା ଥାନା ଅଧିକାରୀ ରବିନାରାୟଣ ଭଞ୍ଜ ଦେଇଥିବା ସୂଚନା ମୁତାବକ, ଗତକାଲିର ଏହି ଘଟଣାରେ ପୁଲିସ୍‌ ଏକ ମାମଲା ରୁଜୁ କରିଛି। ପୁଲିସ ଚିତ୍ତ ବେହେରା (୩୭) ନାମକ ଜଣେ ଯୁବକକୁ ଆଜି ଗିରଫ କରିଛି। ଏକ ଟିମ୍‌ ତାକୁ ଅଡ଼ଶପୁର ଅଞ୍ଚଳରୁ ଆଜି ସକାଳୁ ଗିରଫ କରିଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe