ବିଦ୍ୟୁତ୍ ସ୍କ୍ବାଡ୍‌କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

Advertisment
କ୍ୟାପିଟାଲ କ୍ରାଇମ: ସରକାରୀ ଜମିକୁ କେନ୍ଦ୍ରକରି ଗଣ୍ଡଗୋଳ,୨ ଗିରଫ

ଜଟଣୀ: ବିଦ୍ୟୁତ୍ ଚୋରି ଯାଞ୍ଚ କରିବାକୁ ଯାଇଥିବା ସ୍କ୍ବାଡ୍‌କୁ ଆକ୍ରମଣ କରିବା ଓ ଗାଡ଼ି ଭଙ୍ଗାରୁଜା କରିବା ଅଭିଯୋଗରେ ଆଜି ଜଟଣୀ ଥାନା ପୁଲିସ ହରିପୁର ଗ୍ରାମର ଦୀପକ ରାଉତରାୟ(୨୨)କୁ ଗିରଫ କରିଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟମାନେ ଫେରାର୍ ହୋଇଯାଇଛନ୍ତି। ପୁଲିସ ସେମାନଙ୍କୁ ଗିରଫ କରିବାକୁ ଚଢ଼ଉ ଜାରି ରଖିଛି।

ସୂଚନାନୁସାରେ, କିଛି ଗ୍ରାହକ ବିଦ୍ୟୁତ୍ ଚୋରି କରୁଥିବା ସୂଚନା ପାଇ ଟାଟା ପାୱାର୍‌ର ଏକ ସ୍କ୍ବାଡ୍‌ ଶନିବାର ଦିନ ସନ୍ଧ୍ୟାରେ ହରିପୁର ଗ୍ରାମରେ ପହଞ୍ଚିଥିଲା। କର୍ମଚାରୀମାନେ ଜଣେ ଉପଭୋକ୍ତାଙ୍କ ଘରକୁ ଯାଇ ଯାଞ୍ଚ କରୁଥିବା ବେଳେ ଅଭିଯୁକ୍ତ ଦୀପକ ସହ କିଛି ଯୁବକ ସେଠାରେ ପହଞ୍ଚି ପ୍ରଥମେ ଗାଳିମନ୍ଦ କରିଥିଲେ। ସ୍କ୍ବାଡ୍‌ ଲିଡର୍‌ ନୀହାର ରଞ୍ଜନ ସାହୁ ସେମାନଙ୍କୁ ବିରୋଧ କରିବାରୁ ଉତ୍ତ୍ୟକ୍ତ ଯୁବକମାନେ ତାଙ୍କୁ ନିର୍ଘାତ୍‌ ମାଡ଼ ମାରିବା ସହ ଗାଡ଼ିକୁ ବାଡ଼େଇ ଭାଙ୍ଗି ଦେଇଥିଲେ। ଏହି ସମୟରେ ଅନ୍ୟ ଜଣେ କର୍ମଚାରୀ ମୋବାଇଲ୍‌ରେ ରେକର୍ଡିଂ କରୁଥିବା ଦେଖି ଯୁବକମାନେ ତାଙ୍କୁ ମାଡ଼ ମାରି ଫୋନ୍‌ ଛଡ଼ାଇ ନେଇଥିଲେ ଏବଂ ଭିଡିଓ ଡିଲିଟ୍‌ କରି ଦେଇଥିଲେ। ଏନେଇ ସ୍କ୍ବାଡ୍‌ ଲିଡର୍‌ ଶ୍ରୀ ସାହୁ ଜଟଣୀ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe