ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ଆକ୍ରମଣ, ୫ ଆହତ

ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ଆକ୍ରମଣ, ୫ ଆହତ

ଭୁବନେଶ୍ବର : ଲିଙ୍ଗରାଜ ଥାନା ମା‌ଉସୀ ମା’ ଛକ ନିକଟରେ ଜବରଦଖଲ ଉଚ୍ଛେଦ ସମୟରେ ବିଡିଏ ଏନଫୋର୍ସମେଣ୍ଟ ଟିମ୍ ଆକ୍ରମଣର ଶିକାର ହୋଇଛି। ଏଥିରେ ଦୁଇ ବିଡିଏ କର୍ମଚାରୀଙ୍କ ସମେତ ୫ଜଣ ଆହତ ହୋଇଛନ୍ତି। ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଜଣକୁ ଅଟକ ରଖିଛି।

ସୁଚନାନୁସାରେ ଗୁରୁବାର ସକାଳ ସାଢ଼େ ୯ଟାରେ ବିଡିଏ ଏନଫୋର୍ସମେଣ୍ଟ ଆସିଷ୍ଟାଣ୍ଟ ହେମନ୍ତ କୁମାର ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଲିଙ୍ଗରାଜ ଥାନା ଅନ୍ତର୍ଗତ ମାଉସୀ ମା’ ଛକ ଉପରେ ଜବରଦଖଲରେ ଥିବା ଦୋକାନଗୁଡ଼ିକୁ ଉଚ୍ଛେଦ କରୁଥିଲେ। ଏହି ସମୟରେ ଶିଶୁଭବନ ଛକ ଝରଣା ସାହିର ରମେଶ ନାୟକ ଓ ତାଙ୍କ ପୁଅ ମନୋରଞ୍ଜନ ମିଳିତ ଭାବେ ଏନଫୋର୍ସମେଣ୍ଟ ଟିମ୍‌କୁ ଆକ୍ରମଣ କରିଥିଲେ। ଗରମ ଜାଲିଚଟୁରେ ବାଡ଼େଇବା ସହିତ ଗରମ ତେଲ ପକାଇବାକୁ ଉଦ୍ୟମ କରିଥିଲେ। ଗାଡ଼ି କାଚ ମଧ୍ୟ ବାଡ଼େଇ ଭାଙ୍ଗି ଦେଇଥିଲେ। ଏନେଇ ହେମନ୍ତ କୁମାର ସାହୁ ଲିଙ୍ଗରାଜ ଥାନାରେ ଅଭି‌ଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe