ମାଡ଼ ଖାଇଥିଲେ, ପିଟିପିଟି ଶୁଝାଇଲେ

ମାଡ଼ ଖାଇଥିଲେ, ପିଟିପିଟି ଶୁଝାଇଲେ

photo by : Mijaaj

ଖଣ୍ଡଗିରି : ରବିବାର ବିଳମ୍ବିତ ରାତିରେ ଚନ୍ଦକାସ୍ଥିତ ଏକ ଆଇସ୍‌କ୍ରିମ୍‌ କାରଖାନାରେ ଘଟିଥିବା ଏକ ଗଣ୍ଡଗୋଳ ଆଜି ପୁଣି ଉଗ୍ର ରୂପ ଧାରଣ କରିଥିଲା। ଗତକାଲି ରାତିର ରାଗ ଶୁଝାଇବାକୁ ଯାଇ ସ୍ଥାନୀୟ ଯୁବକମାନେ କାରଖାନାର କିଛି ଶ୍ରମିକଙ୍କୁ ନିର୍ଧୁମ୍‌ ପିଟିିଛନ୍ତି। ଚନ୍ଦକା ଥାନାରେ ଏ ନେଇ ଦୁଇ ପକ୍ଷରୁ ଅଭିଯୋଗ କରାଯାଇଥିବାବେଳେ ପୁଲିସ ମାମଲାକୁ ନେଇ ଅଧିକ ଛାନଭିନ୍‌ ଚଳାଇଛି। ତେବେ ମାମଲାର ଆପୋସ ସମାଧାନ ପାଇଁ ଉଭୟ ଆଇସ୍‌କ୍ରିମ୍‌ କାରଖାନା ଓ ଗ୍ରାମବାସୀଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ଗତକାଲି ଚନ୍ଦକାରେ ଏକ ବିବାହ ଭୋଜି ଅନୁଷ୍ଠିତ ହୋଇଥିିଲା। ସ୍ଥାନୀୟ ଆଇସ୍‌କ୍ରିମ୍‌ କାରଖାନାରୁ ଆଇସ୍‌କ୍ରିମ୍‌ ବରାଦ ହୋଇଥିଲା ଓ ଭୋଜି ପରେ ବଳକା ଆଇସ୍‌କ୍ରିମ ଫେରସ୍ତ କରାଯିବ ବୋଲି କଥା ଛିଡ଼ିଥିଲା। ତେଣୁ ଦୁଇ ଜଣ ଯୁବକ ବଳକା ଆଇସ୍‌କ୍ରିମ୍‌ ନେଇ କାରଖାନାକୁ ଫେରାଇବାକୁ ଯାଇଥିଲେ। କିନ୍ତୁ ସେଠାରେ ଥିବା କର୍ମଚାରୀମାନେ ବିଳମ୍ବିତ ରାତିରେ ଆଇସ୍‌କ୍ରିମ୍‌ ଫେରାଇ ହେବ ନାହିଁ ବୋଲି ମନା କରି ଦେଇଥିଲେ। ଏହି କାରଣରୁ ସେମାନଙ୍କ ମଧ୍ୟରେ ବଚସା ଓ ପରେ ହାତାହାତିି ଯାଏଁ କଥା ଯାଇଥିଲା। ସ୍ଥାନୀୟ ଦୁଇ ଯୁବକଙ୍କୁ କାରଖାନାର କର୍ମଚାରୀମାନେ ବହେ ଛେଚିଥିଲେ। ମାଡ଼ ଖାଇ ଦୁଇ ଯୁବକ ଘରକୁ ଫେରିବା ପରେ ସାହିରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସକାଳ ପ୍ରାୟ ୧୦ଟାବେଳେ ଉକ୍ତ ସାହିର ପ୍ରାୟ ୧୦/୧୨ ଜଣ ଯୁବକ ଅତର୍କିତ କାରଖାନାରେ ହମ୍‌ଲା କରିଥିଲେ। ଗତ ରାତିର ଗଣ୍ଡଗୋଳକାରୀ କର୍ମଚାରୀମାନଙ୍କୁ ଖୋଜି ଖୋଜି ପିଟିଥିଲେ। କାରଖାନାର କୌଣସି କ୍ଷତି ନକରି ଗାଁର ଯୁବକମାନେ ଉକ୍ତ ୪ ଜଣ କର୍ମଚାରୀଙ୍କୁ ମନଭରି ମାଡ଼ ମାରି ପଳାଇ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe