ହୋମ୍‌ଗାର୍ଡଙ୍କୁ ମାଡ଼ମାରି ଟ୍ରକ୍‌ ଚାଳକ ଗିରଫ

Advertisment
ହୋମ୍‌ଗାର୍ଡଙ୍କୁ ମାଡ଼ମାରି ଟ୍ରକ୍‌ ଚାଳକ ଗିରଫ

DNA Project

ଭୁବନେଶ୍ବର: କାର୍ଯ୍ୟରତ ଜଣେ ହୋମ୍‌ଗାର୍ଡଙ୍କୁ ମାଡ଼ମାରିବା ଅଭି‌ଯୋଗରେ ସହିଦନଗର ଥାନା ପୁଲିସ ଚାଳକକୁ ଗିରଫ କରିବା ସହ ଟ୍ରକକୁ ଜବତ କରିଛି। ସେ ହେଲା କଟକ ବାଙ୍କି ଅଞ୍ଚଳର ସୁବାସ ଚନ୍ଦ୍ର ମହାପାତ୍ର(୫୭)। ରବିବାର ସନ୍ଧ୍ୟା ସମୟରେ ସୁବାସ ବାଙ୍କିରୁ ଜିନିଷପତ୍ର ନେଇ ଭୁବନେଶ୍ବର ଆସୁଥିଲେ। ସେ ଡମଣା ଟ୍ରାଫିକ୍‌ରେ ସିଗ୍‌ନାଲ୍‌ ନ ମାନି ଆଗକୁ ମାଡ଼ି ଚାଲିଥିଲେ। ପୁଲିସ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିବାରୁ ସୁବାସ ସେଠାରୁ ଦ୍ରୁତ ଗତିରେ ଗାଡ଼ିକୁ ନେଇ ଆସିଥିଲେ। ହେଲେ ସୈନିକ ସ୍କୁଲ୍‌ ନିକଟରେ ପୁଲିସ କର୍ମଚାରୀ ଟ୍ରକକୁ ଅଟକାଇ ଥିଲେ। କାହିଁକି ଟ୍ରକକୁ ଅଟକାଇଲ୍‌ କହି ସୁବାସ ଟ୍ରକରୁ ଓହ୍ଲାଇ ପୁଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲା। ଏମିତିକି ଜଣେ ହୋମଗାର୍ଡଙ୍କୁ ମାଡ଼ ମାରିଥିଲା। ପୁଲିସ କର୍ମଚାରୀ ତାକୁ କାବୁ କରି ଥାନାକୁ ଆଣିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe