ବାଣୀବିହାରରେ ଜେଏନ୍‌ୟୁ ପ୍ରଫେସର୍‌ଙ୍କୁ ଆକ୍ରମଣ ଘଟଣା: ସୁରକ୍ଷା ଦାବିରେ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହେଲେ ପ୍ରଦୀପ୍ତ

ବାଣୀବିହାରରେ ଜେଏନ୍‌ୟୁ ପ୍ରଫେସର୍‌ଙ୍କୁ ଆକ୍ରମଣ ଘଟଣା: ସୁରକ୍ଷା ଦାବିରେ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହେଲେ ପ୍ରଦୀପ୍ତ

ଭୁବନେଶ୍ବର: ବାଣୀବିହାରରେ ଜେଏନ୍‌ୟୁ ପ୍ରଫେସର୍‌ ସୁରଜିତ ମଜୁମଦାରଙ୍କୁ ଆକ୍ରମଣ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ଧରୁନାହିଁ। ଏହି ପରିପ୍ରେକ୍ଷୀରେ ଆଜି ସିଟିଜେନସ୍‌ ଫୋରମ୍‌ର ଆବାହକ ପ୍ରଦୀପ୍ତ ନାୟକ ନିଜ ସୁରକ୍ଷା ଓ ଫେରାର୍‌ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ ପାଇଁ ରାଜ୍ୟ ମାନବାଧିକାର କମିସନଙ୍କୁ ଗୁହାରି କରିଛନ୍ତି।

ସେ କହିଛନ୍ତି ଯେ ଗତ ୧୨ତାରିଖ ଦିନ ଉତ୍କଳ ବିଶ୍ବବିଦ୍ୟାଳୟ ପିଜି କାଉନ୍‌ସିଲ୍‌ ହଲ୍‌ରେ ‘ଭାରତୀୟ ସମ୍ବିଧାନର ପ୍ରଭାବ’ ଓ ‘ଶିକ୍ଷା ନୀତି’ ଶୀର୍ଷକରେ ଦୁଇଟି ଆଲୋଚନାଚକ୍ର ହୋଇଥିଲା। ଏଥିରେ ‌ଜେଏନ୍‌ୟୁ ଅର୍ଥନୀତି ବିଭାଗର ଅଧ୍ୟା‌ପକ ସୁରଜିତ ମଜୁମଦାରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରଫେସର୍‌ ମଜୁମଦାର ନିଜ ମତ ରଖୁଥିବା ବେଳେ ସେଠାରେ ଥିବା ଜଣେ ଆର୍‌ଏସ୍‌ଏସ୍‌ ଓ ଜଣେ ଏବିଭିପି ସମର୍ଥକ ତାଙ୍କୁ ବିରୋଧ କରିଥିଲେ। ଆଲୋଚନାଚକ୍ରକୁ ବନ୍ଦ କରିବା ସହ ଉପସ୍ଥିତ ଅତିଥି ଓ ଛାତ୍ରଛାତ୍ରୀଙ୍କୁ ସେଠାରୁ ଚାଲିଯିବାକୁ ଧମକ ଦେଇଥିଲେ। ଅତିଥିମାନେ ବୁଝାଇବାକୁ ଚେଷ୍ଟା କରିବାରୁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ। ପରେ ସେମାନଙ୍କର ୮ରୁ ଅଧିକ ସମର୍ଥକ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣ କରିବା ସହ ଅତିଥିଙ୍କୁ ଏକ ଘରେ ତାଲା ପକାଇ ଦେଇଥିଲେ। ଜୀବନରୁ ମାରିଦେବାକୁ ବି ଧମକ ଦେଇଥିଲେ। ଖବର ପାଇ ସହିଦନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। କିନ୍ତୁ ଏହି ସମ୍ବେଦନଶୀଳ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଏକାଧିକ ଅଭିଯୁକ୍ତ ଏବେ ବି ଫେରାର୍‌ ଅଛନ୍ତି। ଅଭିଯୁକ୍ତମାନେ ଖୋଲାରେ ବୁଲୁଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ପ୍ରଦୀପ୍ତ କହିଛନ୍ତି। ତେଣୁ ତାଙ୍କୁ ସୁରକ୍ଷା ଯୋଗାଇଦେବା ସହ ବାକି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ସେ ଗୁହାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe