ଓଲିଉଡ୍‌ ଅଭିନେତ୍ରୀଙ୍କୁ ଆକ୍ରମଣ, ସୁଟିଂ ସାରି ଫେରୁଥିବା ବେଳେ ଗାଡ଼ି ଅଟକାଇ କାଚ ଭାଙ୍ଗିଲେ

ଓଲିଉଡ୍‌ ଅଭିନେତ୍ରୀଙ୍କୁ ଆକ୍ରମଣ, ସୁଟିଂ ସାରି ଫେରୁଥିବା ବେଳେ ଗାଡ଼ି ଅଟକାଇ କାଚ ଭାଙ୍ଗିଲେ

ଭୁବନେଶ୍ବର : ସୁଟିଂ ସେଟ୍‌ରୁ ଘରକୁ ଫେରୁଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ମହିଳା ଓଡ଼ିଆ କଳାକାର ଆକ୍ରମଣର ଶିକାର ହୋଇଛନ୍ତି। ସେ ହେଲେ, ଶ୍ରେଲା ତ୍ରିପାଠୀ। ନିଶାଗ୍ରସ୍ତ କିଛି ଦୁର୍ବୃତ୍ତ ତାଙ୍କ କାର୍‌କୁ ଅଟକାଇ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏନେଇ ଶ୍ରେଲା ଶନିବାର ଦିନ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ରାତି ପ୍ରାୟ ୧ଟାରେ ଏକ ଧାରାବାହିକର ସୁଟିଂ ସାରି ଶ୍ରେଲା ଘରକୁ ଫେରୁଥିଲେ। ମଧୁସୂଦନ ନଗରରୁ ଗଣ୍ଡମୁଣ୍ଡା ରାସ୍ତା ମଧ୍ୟରେ ଥିବା ଏସ୍‌ବିଆଇ ଏଟିଏମ୍‌ ପାଖରେ ୪ରୁ ୫ଜଣ ଯୁବକ ହଠାତ୍ ତାଙ୍କ ଗାଡ଼ି ଆଗକୁ ମାଡ଼ି ଆସିଥିଲେ। ଚାଳକ କିଛି ବୁଝିବା ଆଗରୁ ଗାଡ଼ିର ବମ୍ପର୍‌କୁ ଭାଙ୍ଗିବା ସହିତ ଗାଡ଼ି ଆଗରେ ଛିଡ଼ା ହୋଇ ଗାଳିଗୁଲଜ କରିଥିଲେ। ପରେ ଦୁଇଜଣ ଦୁର୍ବୃତ୍ତ ଗାଡ଼ି ଡୋର୍ ଖୋଲି ଶ୍ରେଲା ଓ ତାଙ୍କ ଡ୍ରାଇଭରକୁ ପିଟିବାକୁ ଆସିବା ବେଳେ ସେ ଗାଡ଼ି ଚାଳକ ବୁଦ୍ଧି ଖଟାଇ ଗାଡ଼ି ନେଇ ଘଟଣାସ୍ଥଳରୁ ପଳାଇଥିଲେ। ହେଲେ ଦୁର୍ବୃତ୍ତମାନେ ତାଙ୍କ ଗାଡ଼ିକୁ ପଥର ମାଡ଼ କରିବାରୁ ତାଙ୍କ ଗାଡ଼ିର କାଚ ଭାଙ୍ଗି ଯାଇଥିଲା। ଏ ନେଇ ଶ୍ରେଲା ଆଜି ସାଥୀ ଅଭିନେତ୍ରୀ ବିଦୁସ୍ମିତାଙ୍କ ସହଯୋଗରେ ଖଣ୍ଡଗିରି ଥାନାକୁ ଆସି ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଏଯାଏ କେହି ଗିରଫ ହୋଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe