ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ,୫ ଗିରଫ

ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ଭୁବନେଶ୍ୱର : ପେଟ୍ରୋଲ୍‌ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଆଜି କ୍ୟାପିଟାଲ ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ନୂଆପଲ୍ଲୀ ସାଲିଆସାହି ଓ ଭୋଇସାହିର ପିଣ୍ଟୁ ହଳଧର, ଶିବ ବିଶୋୟୀ, ପୀତବାସ ଜାନି, ନବୀନ ପ୍ରଧାନ ଓ ଜଗନ୍ନାଥ ପ୍ରଧାନ। ଏହି ମାମଲାରେ ଆଉ ୧୦/୧୨ ଜଣ ଫେରାର୍ ଥିବା ପୁଲିସ ସୂଚନା ଦେଇଛି।

ସୂଚନାନୁସାରେ ଗତକାଲି ମୁଖ୍ୟ ଅଭିଯୁକ୍ତ ଅଟୋ ଚାଳକ ପିଣ୍ଟୁ କ୍ୟାପିଟାଲ ଥାନା ନିକଟସ୍ଥ ରାଜଧାନୀ ସର୍ଭିସ୍‌ ଷ୍ଟେସନକୁ ଗ୍ୟାସ(ସିଏନ୍‌ଜି) ଫିଲିଂ କରିବାକୁ ଯାଇଥିଲା। ସେ ଗୋଟିଏ ଧାଡ଼ିରେ ଛିଡ଼ା ହୋଇଥିବାବେଳେ ଅନ୍ୟ ଏକ ଧାଡ଼ିକୁ ଯିବା ପାଇଁ ସମ୍ପୃକ୍ତ କର୍ମଚାରୀ କହିଥିଲେ। ଏତିକି କଥାରେ ପିଣ୍ଟୁ ରାଗି ଯାଇ ସମ୍ପୃକ୍ତ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲା। ଫଳରେ ଉଭୟଙ୍କ ମଧ୍ୟରେ ବଚସା ହେଇଥିଲା। ତେବେ କିଛି ସମୟ ପରେ ପିଣ୍ଟୁ ପାଖାପାଖି ୧୭/୧୮ ଜଣଙ୍କୁ ସାଙ୍ଗରେ ଧରି ସେଠା‌ରେ ପହଞ୍ଚିଥିଲା ଓ ସମ୍ପୃକ୍ତ କର୍ମଚାରୀଙ୍କୁ ଟାଣି ନେଇ ଆଣି ମାଡ଼ ମାରିଥିଲା। ଏ ନେଇ ପେଟ୍ରୋଲ ପମ୍ପ ମ୍ୟାନେଜର କୈଳାସ ସାହୁ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe