ଚୋରି ମୋବାଇଲ ଧରିବାକୁ ଯାଇ ହଟହଟା, ପୁଲିସ ଜିପ୍‌କୁ ଢେଲାମାଡ଼

Advertisment
ଥାନାବାବୁଙ୍କ ଗାଡ଼ି ଧରି ଯୁବକ ଛୁ

Justdial

ଭୁବନେଶ୍ବର : ଚୋରି ମୋବାଇଲ ଧରିବାକୁ ଯାଇ ଖାରବେଳନଗର ଥାନା ପୁଲିସକୁ ହଟହଟା ହେବାକୁ ପଡ଼ିଛି। ସନ୍ଦିଗ୍ଧ ଯୁବକମାନେ ପୁଲିସ ଗାଡ଼ିକୁ ଢେଲାମାଡ଼ କରି ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି। ଆକ୍ରମଣରେ ପୁଲିସ ଜିପ୍ ଭାଙ୍ଗି ଯାଇଛି। ଟିମକୁ ଖାଲି ହାତରେ ଫେରିବାକୁ ପଡ଼ିଛି। ଏଭଳି ଏକ ଘଟଣା ଘଟିଛି ଖାରବେଳନଗର ଥାନା ଅନ୍ତର୍ଗତ ଶାନ୍ତିନଗର ବସ୍ତିରେ।

ମିଳିଥିବା ସୂଚନା ଅନୁସାରେ, ଶାନ୍ତିନଗର ବସ୍ତିରେ କିଛି ଯୁବକ ଚୋରି ମୋବାଇଲ ରଖିଥିବା ପୁଲିସକୁ ଖବର ମିଳିଥିଲା। ପୁଲିସ ଟିମ୍ ଖବର ପାଇ ସେଠାରେ ପହଞ୍ଚିଥିଲା। ଯୁବକଙ୍କୁ ଧରିବା ପୂର୍ବରୁ ସେମାନେ ଅତର୍କିତ ଭାବେ କିଛି ସମୟ ଧରି ଢେଲାମାଡ଼ କରିଥିଲେ। ଏଥିରେ ପୁଲିସ ଗାଡ଼ି ଭାଙ୍ଗିରୁଜି ଯାଇଥିଲା। ଏହାର ସୁଯୋଗ ନେଇ ୪ରୁ ୫ଜଣ ଯୁବକ ଫେରାର୍‌ ହୋଇଯାଇଛନ୍ତି। ଏ ସଂକ୍ରାନ୍ତରେ ପୁଲିସ ତନଘନା ଜାରି ରଖିବା ସହ ଆକ୍ରମଣକାରୀଙ୍କୁ ଖୋଜୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe