ଦୋକାନୀ ପେଟରେ ଲୁହାରଡ୍ ଭୁସିଦେଲା ଦୁର୍ବୃତ୍ତ

Advertisment
୫ ଟଙ୍କା ପାଇଁ ଯୁବକଙ୍କୁ ପିଟିଲେ ବାପପୁଅ

DNA India

ଭୁବନେଶ୍ବର : ଦୋକାନ ପାଖରେ ଗାଳିଗୁଲଜ କରୁଥିବା ବେଳେ ଦୋକାନୀ ବିରୋଧ କରିବାରୁ ତାଙ୍କ ପେଟରେ ଲୁହାରଡ୍ ଭୁସିଦେଇଛି ଦୁର୍ବୃତ୍ତ। ଏମିତି ଏକ ଘଟଣା ଘଟିଛି ସତ୍ୟନଗର ଭେଣ୍ଡିଂଜୋନ୍ ନିକଟରେ। ଆକ୍ରମଣରେ ଆହତ ଦୋକାନୀ ହେଲେ ଅଭିମନ୍ୟୁ ମହାପାତ୍ର। ଖାରବେଳନଗର ଥାନା ପୁଲିସ ଅଭିଯୁକ୍ତ ରାମଚନ୍ଦ୍ର ପୃଷ୍ଟିକୁ ଗିରଫ କରିବା ସହ ଆକ୍ରମଣରେ ବ୍ୟବହୃତ ଲୁହାରଡ୍ ଜବତ କରିଛି।

ମିଳିଥିବା ସୂଚନା ଅନୁସାରେ, ଅଭିମନ୍ୟୁଙ୍କର ଭେଣ୍ଡିଂ ଜୋନ୍‌ରେ ଏକ ଦୋକାନ ରହିଛି। ଗତକାଲି ସକାଳେ ରାମଚନ୍ଦ୍ର ଆସି ତାଙ୍କ ଦୋକାନ ଆଗରେ ପ୍ରବଳ ପାଟିତୁଣ୍ଡ କରୁଥିଲା। ଏହାକୁ ଅଭିମନ୍ୟୁ ବିରୋଧ କରିଥିଲେ। ସନ୍ଧ୍ୟାରେ ରାମଚନ୍ଦ୍ର ଏକ ଲୁହାରଡ୍ ନେଇ ତାଙ୍କ ପେଟରେ ଭୁସି ଦେଇଥିଲା। ଆହତ ଅବସ୍ଥାରେ ଅଭିମନ୍ୟୁଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe